IPL 2020: ନିଜ ଦମଦାର ଫର୍ମରେ ପୁଣି ଫେରିବ କି ଚେନ୍ନାଇ ? ଆଜି SRHକୁ ମିଳିପାରେ କଡ଼ା ଟକ୍କର

1 min read

ଦୁବାଇ: ଆଇପିଏଲରେ ଚେନ୍ନାଇ ଏବଂ ସନରାଇଜରର୍ସ ଟିମକୁ ଆରମ୍ଭରୁ ହିଁ ସବୁଠୁ ସନ୍ତୁଳିତ ଦଳ ଭାବେ ବିବେଚନା କରାଯାଉଛି । କିନ୍ତୁ ଚଳିତ ବର୍ଷ ଉଭୟ ଟିମ୍ ପ୍ରଥମ ତିନୋଟି ମ୍ୟାଚ ମଧ୍ୟରୁ ଦୁଇଟିରେ ପରାଜୟ ବରଣ କରିଛନ୍ତି । ମିଡିଲ ଅଡର ସନ୍ତୁଳିତ ନଥିବା କାରଣରୁ ଭଭୟ ଟିମ ପରାଜୟ ସାମ୍ନା କରୁଥିବା ବିଶେଷଜ୍ଞ ମତ ଦେଇଛନ୍ତି ।

ମୁରଲି ବିଜୟଙ୍କ ସ୍ଥାନ ନେଇପାରନ୍ତି ରାୟଡୁ

ମୁରଲୀ ବିଜୟଙ୍କ ଖରାପ ଫର୍ମକୁ ଦେଖି ଲାଗୁଛି ରାୟଡୁ ତାଙ୍କୁ ରିପ୍ଲେସ କରିପାରନ୍ତି । କିନ୍ତୁ ବ୍ରାଭୋଙ୍କ କ୍ଷେତ୍ରରେ ଏହା କୁହାଯାଇପାରିବ ନାହିଁ କାରଣ ତାଙ୍କୁ ଏକାଦଶ ସ୍ଥାନରେ ଖେଳାଇବାକୁ ହେଲେ ମହେନ୍ଦ୍ର ସିଂ ଧୋନିଙ୍କୁ ପୁରା ବ୍ୟାଟିଂ ଅର୍ଡର ବଦଳାଇବାକୁ ପଡ଼ିବ । କିନ୍ତୁ କେଦାର ଯାଦବଙ୍କ ଖରାପ ଫର୍ମ ଧୋନିଙ୍କ ଚିନ୍ତା ବଢ଼ାଇପାରେ କାରଣ ତାଙ୍କୁ ରିପ୍ଲେସ କରିବା ପାଇଁ ଟିମରେ ସେପରି କେହି ବିକଳ୍ପ ନଜର ଆସୁନାହିଁ ।

ବ୍ରାଭୋଙ୍କୁ ଟିମରେ ଆଣିବା ପାଇଁ କାହାକୁ ବାହାର କରିବେ ଧୋନି ?

ବ୍ରାଭୋଙ୍କ ବଦଳରେ ସ୍ୟାମ କୁରେନଙ୍କୁ ନିଆଯାଇଥିଲା । ସ୍ୟାମ କୁରେନ ଚେନ୍ନାଇ ପାଇଁ ପ୍ରଥମ ତିନିଟି ମ୍ୟାଚ୍‌ରେ ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଭଲ ପ୍ରଦର୍ଶନ କରି ନିଜର ପ୍ରଭାବ ପକାଇଛନ୍ତି । ବ୍ରାଭୋଙ୍କୁ ଦଳରେ ରଖିବା ପାଇଁ ଧୋନିଙ୍କୁ ସଚିନ ୱାଟସନ କିମ୍ବା ଜୋଶ ହେଜଲଉଡଙ୍କୁ ବାହାର କରିବାକୁ ପଡିପାରେ ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟପକ୍ଷରେ, କେନ୍ ୱିଲିୟମସନଙ୍କ ଆଗମନରେ ସନରାଇଜର୍ସର ମିଡିଲ ଅଡର ସୁଦୃଢ ହୋଇଛି । ଯାହା ସେମାନଙ୍କୁ ଦୁଇଟି ପରାଜୟ ପରେ ପ୍ରଥମ ବିଜୟ ହାସଲ କରିବାରେ ସାହାଯ୍ୟ କରିଥିଲା । ଜନି ବେୟାରଷ୍ଟୋ ଏବଂ ଡେଭିଡ ୱାର୍ନରଙ୍କର ମଧ୍ୟ ଟିମରେ ଅବଦାନ ରହିଛି ଏବଂ ଏଭଳି ପରିସ୍ଥିତିରେ ଦଳ କୈଣସି ପ୍ରକାର ଅବହେଳା ଗ୍ରହଣ କରିବ ନାହିଁ ।

SRHକୁ ମିଡିଲ ଅଡରରେ ‘ବିଗ୍ ହିଟର’ର ଆବଶ୍ୟକତା ରହିଛି-

ସନରାଇଜରର୍ସଙ୍କୁ ଯଦି ସଫଳତା ହାସଲ କରିବାର ଅଛି ତେବେ ମିଡିଲ ଅଡରରେ ଜଣେ ଭଲ ‘ବିଗ୍ ହିଟର’ ଆଣିବାର ଆବଶ୍ୟକତା ରହିଛି । କାରଣ ବେୟାରଷ୍ଟୋ, ୱାର୍ଣ୍ଣର ଏବଂ ୱିଲିୟମସନଙ୍କ ବିଫଳତା ଦଳକୁ ଅସୁବିଧାରେ ପକାଇପାରେ । କାଶ୍ମୀରର ଅବଦୁଲ ସମଦ ଆଶା ବଢ଼ାଇଥିବାବେଳେ ପ୍ରିୟମ ଗର୍ଗ ଏବଂ ଅଭିଷେକ ଶର୍ମା ନିଜ ଖେଳକୁ ଉନ୍ନତ କରିବାର ଆବଶ୍ୟକତା ରହିଛି ।

ବୋଲିଂ କଥା କହିବାକୁ ଗଲେ ଉଭୟ ଦଳର ବୋଲିଂ ବିଭାଗ ସମାନ ଥିବା ଦେଖିବାକୁ ମିଳିଛି । ଚେନ୍ନାଇର ଦୀପକ ଚାହର, ହେଜଲଉଡ୍, କରେନ, ରବିନ୍ଦ୍ର ଜାଡେଜା ଏବଂ ପୀୟୁଷ ଚାୱଲା ଦୁବାଇର ଧିମା ୱିକେଟ୍ ପାଇଁ ଉପଯୋଗୀ ସାବସ୍ତ୍ୟ ହୋଇଛନ୍ତି । ସନରାଇଜର୍ସ ଟି. ନାଟାରାଜନଙ୍କୁ ଡେଥ୍ ଓଭର ଏକ୍ସପଟ ଭାବରେ ପାଇଛି ଯିଏ ବିଶ୍ୱ ଟି -୨୦ର ଏକ ନମ୍ବର ବୋଲର ରସିଦ ଖାନଙ୍କ ଜଣେ ଭଲ ସହଯୋଗୀ ସାବସ୍ତ୍ୟ ହୋଇପାରିବେ ।

Leave a Reply