IPL 2020: ଚେନ୍ନାଇ Vs ଦିଲ୍ଲୀ, ଟସ୍ ଜିତି ଫିଲଡିଂ ବାଛିଲା ଚେନ୍ନାଇ ସୁପର କିଙ୍ଗସ୍

1 min read

ଦୁବାଇ: (IPL 2020) ଆଇପିଏଲର ସାତ ନଂ ମ୍ୟାଚରେ ଆଜି ମୁହାଁମୁହିଁ ହେଉଛନ୍ତି ଚେନ୍ନାଇ ସୁପର କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ଚେନ୍ନାଇ ସୁପର କିଙ୍ଗସ ଟସ୍ ଜିତି ପ୍ରଥମେ  ଫିଲଡିଂ କରିବା ପାଇଁ ନିଷ୍ପତ୍ତି ନେଇଛି ।

ଗୋଟେପଟେ ତିନି ତିନି ଥର ଟାଇଟଲ ହାସଲ କରିସାରିଥିବା ଅନୁଭବୀ ଚେନ୍ନାଇ ସୁପର କିଙ୍ଗସ ଥିବାବେଳେ , ଅନ୍ୟପଟେ ଏମିତି ଏକ ଟିମ୍ ରହିଛି ଯାହାକୁ ଚଳିତ ବର୍ଷ ଟାଇଟଲ ହାତେଇବାରେ ପ୍ରଥମ ଦାବିଦାର ମନେ କରାଯାଉଛି । ମହେନ୍ଦ୍ର ସିଂହ ଧୋନୀଙ୍କ ଟିମରେ ଅନୁଭବୀ ଖେଳାଳିଙ୍କ କମି ନଥିବାବେଳେ ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପଟେନ ଶ୍ରେୟସ ଐୟର ହେଉଛନ୍ତି ଆଇପିଏଲର ସବୁଠାରୁ କନିଷ୍ଠ କ୍ୟାପଟେନ । ଦିଲ୍ଲୀ କ୍ୟାପିଟାଲ୍ସ ଟିମରେ ପୃଥ୍ୱୀ ସଁ ଭଳି ଯୁବ ଖେଳାଳୀ ସାମିଲ ଅଛନ୍ତି ଏବଂ ଅନୁଭବ କଥା କହିବାକୁ ଗଲେ ଶିଖର ଧୱନ ମଧ୍ୟ ଏହି ଟିମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ପୂର୍ବ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ କିଙ୍ଗସ ଏଲେଭେନ ପଞ୍ଜାବ ବିପକ୍ଷରେ ରୋମାଞ୍ଚକର ମ୍ୟାଚ ଖେଳିଥିଲା । ଟିମ୍ ହାରୁଥିବା ମ୍ୟାଚକୁ ପ୍ରଥମେ ସୁପର ଓଭର ପର୍ଯ୍ୟନ୍ତ ନେଇଆସିଥିଲେ ଆଉ ତାପରେ ମ୍ୟାଚ ହାତେଇଥିଲା ।

ଏଥି ସହିତ ମହେନ୍ଦ୍ର ସିଂ ଧୋନିଙ୍କ ଦଳ ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି । ଅବଶ୍ୟ ଏହା ପରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ତାଙ୍କୁ ପରାଜୟର ସାମ୍ନା ହେବାକୁ ପଡିଥିଲା । ଦ୍ୱିତୀୟ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସର ବ୍ୟାଟିଂ ଅର୍ଡର ନେଇ ପ୍ରଶ୍ନ ଉଠିଥିଲା। ତେବେ ଆଜିର ମ୍ୟାଚରେ ଫଳାଫଳ କଣ ହେଉଛି ତାହା ଦେଖିବା ବାକି ରହିଲା।

Leave a Reply