ଆଜିର ମ୍ୟାଚ୍‌ରେ ମୁହାଁ ମୁହିଁ ହେବେ କୋଲକାତା ସହ ହାଇଦ୍ରାବାଦ, ନୂଆ ଅଧିନାୟକତ୍ୱ ଉପରେ କେକେଆର୍‌ର ଭାଗ୍ୟ

1 min read

ଦୁବାଇ: ଆଇପିଏଲରେ ଚାଲିଛି ଘମାସନ ମ୍ୟାଚ୍‌ । ପ୍ରତ୍ୟେକଟି ମ୍ୟାଚରେ ହେଉଛି ସଂଘର୍ଷପୂର୍ଣ୍ଣ ଟକ୍କର । ରବିବାର ଦିନ ଆଇପିଏଲର ୩୫ ତମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ । କେକେଆରର ଅଧିନାୟକତ୍ୱ ଗ୍ରହଣ କରିବା ପରେ ପ୍ରଥମ ମ୍ୟାଚରେ ପରାଜୟ ହାତେଇଥିଲେ ମୋରଗାନ । ତେବେ ଆଜି ମ୍ୟାଚ୍‌ରେ ଭଲ ଆଶା ନେଇ ମଇଦାନକୁ ଆସିବ କେକେଆର୍‌ ଦଳ । ଆବୁଧାବିରେ ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୩.୩୦ରେ ଆରମ୍ଭ ହେବ ।

କ୍ରମାଗତ ଖରାପ ପ୍ରଦର୍ଶନ ହେତୁ ଦୀନେଶ କାର୍ତ୍ତିକ ଶୁକ୍ରବାର ଦିନ ମୁମ୍ବାଇ ଇଣ୍ଡିଆସ୍ ବିପକ୍ଷ ମ୍ୟାଚ୍ ପୂର୍ବରୁ ତାଙ୍କ ଉପ-ଅଧିନାୟକ ମୋର୍ଗାନଙ୍କୁ ଅଧିନାୟକତ୍ୱ ପ୍ରଦାନ କରିଛନ୍ତି । ଇଂଲଣ୍ଡର ବିଶ୍ୱକପ ବିଜେତା ଅଧିନାୟକଙ୍କ ଅଧିନାୟକତ୍ୱ ଗ୍ରହଣ କଲାପରେ ଦଳ ଭଲ ପ୍ରଦର୍ଶନ କରିନାହିଁ ।

କେକେଆର୍ ଏପର୍ଯ୍ୟନ୍ତ ଚାରୋଟି ମ୍ୟାଚ୍ ଜିତିଛି, କିନ୍ତୁ ଅନେକ ମ୍ୟାଚ୍ ରେ ମଧ୍ୟ ହାରିଛି । ଦିଲ୍ଲୀ କ୍ୟାପିଟାଲ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରେ ସେ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛନ୍ତି । ଅନ୍ୟପକ୍ଷରେ, ୮ ଟି ମ୍ୟାଚ୍‌ରେ ତିନୋଟି ବିଜୟ ସହ ସନରାଇଜର୍ସ ଦଳ ପଞ୍ଚମ ସ୍ଥାନରେ ରହିଛି ।

ଆଇପିଏଲ୍ ରେକର୍ଡ ବିଷୟରେ କହିବାକୁ ଗଲେ, କୋଲକାତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ୧୮ ଟି ମ୍ୟାଚ୍  ହୋଇଛି । କୋଲକାତା ୧୧ ଟି ଜିତିଥିବାବେଳେ ହାଇଦ୍ରାବାଦ ୭ ଟି ଜିତିଛି । ଏହି ସିଜନରେ ୨୬ ସେପ୍ଟେମ୍ବରରେ ହାଇଦ୍ରାବାଦ ବିପକ୍ଷ ଶେଷ ମ୍ୟାଚରେ କୋଲକାତା ୭ ୱିକେଟରେ ଜିତିଥିଲା ।

Leave a Reply