ପାଇପ ଲାଇନ୍ ବିଛାଇବା ପାଇଁ ନଷ୍ଟ ହେଉଛି ଶହ ଶହ ଏକର ଚାଷଜମି
1 min read
ପାରାଦୀପ : ଦାଦାଗିରି ଦେଖାଉଛି ଆଇଓସିଏଲ । ପାରାଦ୍ୱୀପ-ହାଇଦ୍ରାବାଦ ତୈଳ ପାଇପ ଲାଇନ ବିଛାଇବା ନାଁରେ ନଷ୍ଟ କରୁଛି ଶହଶହ ଏକର ଚାଷଜମି । ପ୍ରତିବାଦ କଲେ ନିରୀହ ଚାଷୀଙ୍କୁ ଧମକ ଦେଉଛି । ଚୁକ୍ତି ମୁତାବକ ଜୁନ ମାସରେ କାମ ସରିବା କଥା । ହେଲେ ଏଯାଏଁ ଚାଲିଛି କାମ । ରାତି ଅଧରେ ଚାଷ ହୋଇଥିବା ଜମିରେ ବିଛା ଚାଲିଛି ପାଇପ ଲାଇନ ।
କୁଜଙ୍ଗ ବ୍ଲକ ପଣ୍ଡୁଆ ପଞ୍ଚାୟତ ନଇଁଗୁଆଁ ଗାଁର ୨୫ ଏକରରୁ ଉର୍ଦ୍ଧ୍ୱ ଜମିକୁ ପାଇପ ବିଛାଇବା ନେଇ ଖାଲ କରିଥିବା ବେଳେ କ୍ଷତି ପୂରଣ ଦେବାକୁ ଆଇଓସିଓଏଲ କର୍ତ୍ତୃପକ୍ଷ ମନା କରୁଥିବା ଅଭିଯୋଗ କରିଛନ୍ତି ଚାଷୀ । ଚାଷ ଜମି ଯିବା ସହ କର୍ତ୍ତୃପକ୍ଷ କ୍ଷତିପୂରଣ ଦେବାକୁ ମନା କରିବାରେ ପରେ ଚାଷୀ ଏବେ ହରଡ଼ଘଣାରେ ପଡ଼ିଛନ୍ତି ।