ମହାପ୍ରଭୁ ଲିଙ୍ଗରାଜ ଓ ମୁଖ୍ୟମନ୍ତ୍ରୀଙ୍କୁ ମା’ ସମଲେଶ୍ବରୀଙ୍କ ନିମନ୍ତ୍ରଣ

ଭୁବନେଶ୍ବର: ପୁରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ପରେ ମାସ ଶେଷ ବେଳକୁ ହେବ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ଏଥିପାଇଁ ଏକାମ୍ର କ୍ଷେତ୍ରରେ ପହଞ୍ଚିଛି ମା’ ସମଲେଶ୍ବରୀଙ୍କ ନିମନ୍ତ୍ରଣ ପତ୍ର । ମହାପ୍ରଭୁ ଲିଙ୍ଗରାଜ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମା’ ସମଲେଶ୍ବରୀଙ୍କ ପ୍ରତିନିଧି ଦେଇଛନ୍ତି ନିମନ୍ତ୍ରଣ ପତ୍ର ।

ସମଲେଶ୍ବରୀ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁଙ୍କ ନେତୃତ୍ବରେ ମନ୍ଦିରର ପୂଜକ, ସମ୍ବଲପୁର ଏଡିଏମ୍, ସମ୍ବଲପୁର ମ୍ୟୁନିସିପାଲଟି କମିଶନଙ୍କ ସହ ଅନେକ ପ୍ରଶାସନିକ ଅଧିକାରୀ ଭୁବନେଶ୍ବର ପହଞ୍ଚି ଲିଙ୍ଗରାଜ ମନ୍ଦିରରେ ନିମନ୍ତ୍ରଣ ପତ୍ର ଦେଇଛନ୍ତି । ପ୍ରଭୁ ଲିଙ୍ଗରାଜଙ୍କୁ ନିଉତା ଦେବା ପରେ ଟିମ୍ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ଦେଇଛନ୍ତି ।

ସୂଚନାଯୋଗ୍ୟ ସମଲେଇ ଲୋକର୍ପଣ ଉତ୍ସବରେ ଯୋଗ ଦେବାକୁ ଲିଙ୍ଗରାଜଙ୍କୁ ଦେବ ନିମନ୍ତ୍ରଣ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେବାକୁ ଭୁବନେଶ୍ବର ଆସିଛନ୍ତି ଏକ ପ୍ରତିନିଧି ଦଳ । ପ୍ରତିନିଧି ମଣ୍ଡଳୀ ମା’ ସମଲେଶ୍ବରୀ ମନ୍ଦିରରୁ ବାହାରି ସମ୍ବଲପୁରର  ମା’ ପାଟଣେଶ୍ବରୀ, ମା’ ଦଶମତି, ମା’ ବାଟମଙ୍ଗଳା, ବାବା ସୋମନାଥ, ପୁରୀ ଶ୍ରୀମନ୍ଦିର ଯାଇ ପ୍ରଥମେ ନିମନ୍ତ୍ରଣ କରିଛନ୍ତି । ସମ୍ବଲପୁରର ବିଭିନ୍ନ ମନ୍ଦିରରେ ନିମନ୍ତ୍ରଣ ଦେଇ ସାରିବା ପରେ ଭୁବନେଶ୍ବର ଆସି ଲିଙ୍ଗରାଜ ଓ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି ନିମନ୍ତ୍ରଣ ପତ୍ର ।