spot_img

Latest Posts

ଓଡ଼ିଶା ଆସ ପୁଞ୍ଜିନିବେଶ କର, ଆଜି ବେଙ୍ଗାଲୁରୁରେ ଶିଳ୍ପପତିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: ଓଡ଼ିଶା ଆସ ପୁଞ୍ଜିନିବେଶ କର । ଆଜି ବେଙ୍ଗାଲୁରୁରେ ନିବେଶକ ସମ୍ମିଳନୀରେ ଶିଳ୍ପପତିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ କ’ଣ କ’ଣ ରହିଛି ସୁବିଧା ସୁଯୋଗ । ଏନେଇ ନିବେଶକଙ୍କୁ ବୁଝାଇ ନିମନ୍ତ୍ରଣ କରିବେ ନବୀନ । ଆଜି ଦିନ ତମାମ ବଡ଼ କମ୍ପାନୀର କ୍ୟାପଟେନଙ୍କୁ ଭେଟିବେ ନବୀନ । ନିବେଶକ ସମ୍ମିଳନୀରେ ଆଇଟି ସହ ଇଏସଡିଏମ୍, ଟେକ୍ସଟାଇଲ୍ ଆପାରେଲ୍, ଫୁଡ ପ୍ରୋସେସିଂ, ଇ-ଭେହିକିଲ୍, ଅଟୋ ଆଣ୍ଡ ଅଟୋ କମ୍ପୋନେଟ, ଏରୋସ୍ପେସ୍ ଓ ପ୍ରତିରକ୍ଷା କ୍ଷେତ୍ରକୁ ଫୋକସ୍ କରାଯାଇଛି ।

ଆଇବିଏମ ଇଣ୍ଡିଆର ମ୍ୟାନେଜିଂ ପାର୍ଟନର ଅମିତ ଶର୍ମା, ଓ୍ୱିପ୍ରୋ-ଜିଇ ହେଲଥକେୟାରର ପରିଚାଳନା ନିର୍ଦ୍ଦେଶକ ଶ୍ରବନ ସୁବ୍ରମନ୍ୟମ, ଏବିବି ଲିମିଟେଡର ଚିଫ୍ ଫାଇନାନ୍ସ ଅଫିସର ଟିକେ ଶ୍ରୀଧର, ଟିଟିକେ ପ୍ରେଷ୍ଟିଜର ଚିଫ୍ ଫାଇନାନ୍ସ ଅଫିସର ସରନ୍ୟାନ ପି., ଇଣ୍ଡୋ ନିଶାନ ଫୁଡସ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଗୌତମ ଶର୍ମା, ଓ୍ୱଣ୍ଡ୍ରେଲାର ପରିଚାଳନା ନିର୍ଦ୍ଦେଶକ ଅରୁଣ ଚିତ୍ତାପଲ୍ଲୀ, କଟନ ଓ୍ୱାର୍ଲ୍ଡର ପ୍ରତିଷ୍ଠାତା ବି.ଏନ. ମୋନାପ୍ପାଙ୍କ ଭଳି ଦେଶର ପ୍ରତିଷ୍ଠିତ ବିଜନେସ ମ୍ୟାନଙ୍କ ସହ ରାଜ୍ୟର ଶିଳ୍ପ ଅନୁକୂଳ ବାତାବରଣ ନେଇ ଓ୍ୱାନ ଟୁ ଓ୍ୱାନ କରିବେ ନବୀନ । ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶିଳ୍ପପତି ସମ୍ମିଳନୀକୁ ସମ୍ବୋଧିତ କରିବେ । ଏଥିରେ ବିଭିନ୍ନ କ୍ଷେତ୍ରରୁ ପ୍ରାୟ ୫୦୦ରୁ ଅଧିକ ନିବେଶକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Latest Posts

Don't Miss