ସାରୁଆ ଜମି କେଳେଙ୍କାରୀ ପ୍ରସଙ୍ଗ: ଶନିବାର ବି ଜାରି ରହିବ ତଦନ୍ତ

ଭୁବନେଶ୍ୱର, ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା ଏବଂ ତାଙ୍କ ପରିବାର ପାଇଁ ଅଡୁଆ ବଢିବାରେ ଲାଗିଛି । ସାରୁଆ ଜମି କେଳେହଙ୍କାରୀକୁ ନେଇ ପ୍ରଶାସନର ତନାଘନା ଜାରି ରହିଛି । ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ଏକ ୫ ଜଣିଆ ଟିମ ଶୁକ୍ରବାର ପଟିଆସ୍ଥିତ ଓଟିଭି ଅଫିସରେ କାଗଜପତ୍ର ତନଖି କରିଥିଲେ । ଏହିପରି ଭାବେ ୭ ଘଣ୍ଟାକାଳ ତନାଘନା ଜାରି ରହିଥିଲା । ଆସନ୍ତା କାଲି ଅର୍ଥାତ ଶନିବାର ମଧ୍ୟ ଏହି ତଦନ୍ତ ଜାରି ରହିବ । ସାରୁଆ ଅଞ୍ଚଳରେ ଗ୍ରାମବାସୀମାନେ ଦେଇଥିବା ୨ ଏତଲାକୁ ଆଧାର କରି ଏହି ତଦନ୍ତ କରାଯାଇଥିବା ଜଣାପଡିଛି । ବାଘମାରୀ ଥାନାରେସ୍ଥାନୀୟ ଲୋକ ଓଟିଭି ଏମଡିଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ ।ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ ଏହି ସୂଚନା ଦେଇଛନ୍ତି ।