ଆନ୍ତଃରାଜ୍ୟ ବସ୍ ଚଳାଚଳ ଉପରେ ଲାଗିଲା କଟକଣା, ମାଲବାହୀ ଯାନ ଉପରେ ନାହିଁ ଅଙ୍କୁଶ

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି । ଆନ୍ତଃରାଜ୍ୟ ବସ୍ ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି କରୋନା ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗଚୀ । ଆସନ୍ତା ୨୯ ତାରିଖ ଯାଏଁ ରାଜ୍ୟର ୫ଟି ଜିଲ୍ଲା ଓ ୮ଟି ସହରକୁ ଲକ୍ ଡାଉନ୍ କରାଯାଇଛି ।

କାଲିଠୁ ଆରମ୍ଭ ହେବ ଲକ୍‌ ଡାଉନ୍‌ ଏବଂ ଜନତା କର୍ଫ୍ୟୁ, ପଢ଼ନ୍ତୁ ଉଭୟଙ୍କ ମଧ୍ୟରେ ଫରକ୍ କ’ଣ?

ତେବେ, ଏହି ସମୟରେ ମାଲବାହୀ ଯାନରେ ପରିବହନ ଉପରେ କୌଣସି କଟକଣା ନଥିବା ସେ ସ୍ପଷ୍ଟ କରିଛନ୍ତି । ତେବେ, ମଙ୍ଗଳବାର ଠାରୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ ରହିବ । କାଲିଠାରୁ ରାଜ୍ୟ ବାହାରୁ କୌଣସି ବସ୍ ଓଡ଼ିଶା ଆସିବ ନାହିଁ କି ଓଡ଼ିଶାରୁ କୌଣସି ବସ୍ ଅନ୍ୟ ରାଜ୍ୟକୁ ଯିବ ନାହିଁ । ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏଁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ ରହିବ ବୋଲି ସେ ସୂଚନା ଦେଇଛନ୍ତି ।

କରୋନା ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗଚୀଙ୍କ ପ୍ରେସମିଟ୍

ଦେଶରେ ବର୍ତ୍ତମାନ ୩୩୨ ଜଣ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ୫ ଜଣଙ୍କ ମୃତ୍ୟୁ ହୋଇଛି । ଓଡ଼ିଶାରେ ଆକ୍ରାନ୍ତ ହୋଇଥିବା ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଚିକିତ୍ସା ଜାରି ରହିଥିବା ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।

Leave a Reply