ଦାଉଦ ଓ ସୟଦକୁ କେବେ ହସ୍ତାନ୍ତର କରିବେ? ଜବାବ ନଦେଇ ମୁଁହରେ ହାତ ଦେଲେ ପାକ୍ ଅଧିକାରୀ
1 min read
ନୂଆଦିଲ୍ଲୀ: ଇଣ୍ଟରପୋଲ ବୈଠକରେ ସାମିଲ ହେବା ପାଇଁ ଭାରତ ଆସିଥିବା ପାକିସ୍ତାନୀ ଅଧିକାରୀ ଦାଉଦ ଇବ୍ରାହିମ ଏବଂ ଲସ୍କର-ଏ-ତୋଏବା ମୁଖିଆ ହାଫିଜ ସଇଦର ନାଁ ଶୁଣି ମୁଁହ ବନ୍ଦ କରିଦେଇଥିଲେ । ସୂଚନାଯୋଗ୍ୟ, ପାକିସ୍ତାନର ସବୁଠୁ ବଡ଼ ତଦନ୍ତକାରୀ ସଂସ୍ଥା ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସିର ଡାଇରେକ୍ଟର ଜେନେରାଲ ମୋହସିନ ବଟଙ୍କୁ ଯେତବେଳେ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ପଚାରିବାକୁ ଚାହିଁଥିଲେ ସତବେଳେ ସେ କିଛି କହିବାକୁ ମନା କରିଦେଇଥିଲେ ।
ହେଲେ ଜଣେ ସାମ୍ବାଦିକ ପଚାରି ଦେଇଥିଲେ ଯେ ପାକିସ୍ତାନ କେବେ ଦାଉଦ ଏବଂ ଆତଙ୍କୀ ହାଫିଜ ସୟଦକୁ ଭାରତକୁ ହସ୍ତାନ୍ତର କରିବ । ଏହି ପ୍ରଶ୍ନରେ ପାକିସ୍ତାନ ଅଧିକାରୀଙ୍କ ମୁହଁରେ ତାଲା ଲାଗିଯାଇଥିଲା । ସାମ୍ବାଦିକ ଜଣଙ୍କ କହିଥିଲେ, ମୋର ଏକ ପ୍ରଶ୍ନ ଅଛି । ଏହାପରେ ମୋହସିନ ବଟ ହାତ ମିଳାଇ କିଛି କହିବାକୁ ମନା କରିଦେଇଥିଲେ । ସାମ୍ବାଦିକ ଜଣଙ୍କ କହିଥିଲେ, ଆପଣ କେବଳ ଶୁଣିନିଅନ୍ତୁ ।
ଇଚ୍ଛା ହେଲେ ଜବାବ ଦେବେ ନହେଲେ ନାହିଁ । କଣ ଭାରତ ସହ ସମ୍ପର୍କ ଆଗକୁ ବଢ଼ିବ? ହାଫିଜ ସୟଦ ଏବଂ ଦାଉଦ ଇବ୍ରାହିମ ଭାରତରେ ମୋଷ୍ଟ ୱାଣ୍ଟେଡ ଅଛନ୍ତି କଣ ଆପଣ ସେମାନଙ୍କୁ ଭାରତକୁ ହସ୍ତାନ୍ତର କରିବେ? ଏହି ପ୍ରଶ୍ନରେ ମୋହସିନ ନିଜ ମୁହଁରେ ଅଙ୍ଗୁଳି ରଖିଥିବାର ନଜର ଆସିଥିଲେ ଏବଂ ପୁଣି ପ୍ରଶ୍ନକୁ ଅଣଦେଖା କରି ବସିପଡ଼ିଥିଲେ ।
ସୂଚନାଯୋଗ୍ୟ, ଇଣ୍ଟରପୋଲର ୯୦ତମ ମହାସଭା ଚଳିତ ଥର ଭାରତରେ ହେଉଛି । ଏହାର ଆୟୋଜନ ୨୫ ବର୍ଷ ପରେ ରାଜଧାନୀ ଦିଲ୍ଲୀର ପ୍ରଗତି ମୈଦାନରେ କରାଯାଇଛି । ଏଥିରେ ୧୯୫ ଦେଶର ପ୍ରତିନିଧି ଭାଗ ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ ସହ ଏହି ମହାସଭାର ଆରମ୍ଭ ହୋଇଥିଲା ।