ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍‌ର ଆକାଉଣ୍ଟରୁ ଦେଶବାସୀଙ୍କୁ ବାର୍ତ୍ତା ଦେଲେ ସଫଳ ମହିଳା

3 min read

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନିଜ ସୋସିଆଲ ଆକାଉଣ୍ଟ ଚଳାଇବା ଦାୟିତ୍ୱ ୭ ଜଣ ମହିଳାଙ୍କୁ ପ୍ରଦାନ କରିଛନ୍ତି । ସେହି ୭ ମହିଳାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମାଳବିକା ଆୟର । ମାଳବିକା ପିଏମଙ୍କ ଟ୍ୱିଟର ହ୍ୟାଣ୍ଟେଲରୁ ଯାହା କହିଛନ୍ତି ତାହା ଆସନ୍ତାକାଲିର ଭାରତୀୟ ନାରୀଙ୍କ କଥା କହୁଛି । ମାଳବିକା ଆୟର ଟ୍ୱିଟ୍ କରି କହିଛନ୍ତି  ହାର ମାନିବା କୌଣସି ବିକଳ୍ପ ନୁହେଁ । ସମାଜ ନାରୀଙ୍କୁ ସମ୍ମାନ ଦେଉ । ..

. ସମାଜସେବୀ ମାଳବିକା ଆୟର   ମାତ୍ର ୧୩ ବର୍ଷ ବୟସରେ ବୋମା ବିସ୍ଫୋରଣରେ ନିଜ ଦୁଇ ହାତ ହରାଇଥିଲେ । ।  କିନ୍ତୁ ହାରି ଯାଇନଥିଲେ । ଦୁଇ ହାତ ନଥାଇ ବି ସେ ସବୁ ବାଧାବିଘ୍ନର ସମ୍ମୁଖୀନ ହେବାକୁ ଆଗଭର ହୋଇଥିଲେ । ଯାହା ତାଙ୍କ ଟ୍ୱିଚରୁ ଜଣା ପଡୁଛି । ମାଳବିକା ଦିବ୍ୟାଙ୍ଗଙ୍କ ଅଧିକାର ପାଇଁ ଲଢେଇ ଲଢନ୍ତି । ସେ ସମାଜ ସେବା ଉପରେ ପିଏଚଡି କରିଛନ୍ତି ।

ସେହିଭଳି ସ୍ନେହା ମୋହନ ଦାସ । ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରିଛନ୍ତି ।  ଭୋକିଲାଙ୍କ ପାଇଁ ଫୁଡ୍ ବ୍ୟାଙ୍କ ଚଳାନ୍ତି ସ୍ନେହା । ସ୍ନେହା ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରିଛନ୍ତି ଯେ, ‘ ଆପଣ ବିଚାର ପାଇଁ ଖାଦ୍ୟ କଥା ଶୁଣିଥିବେ,ଏବେ ଗରିବଙ୍କ ଉତ୍ତମ ଭବିଷ୍ୟତ ପାଇଁ ପଦକ୍ଷେପ ନେବାର ସମୟ’ । ନିଜ ଜେଜେବାପାଙ୍କ ଜନ୍ମଦିନରେ ଭୋକିଲାଙ୍କୁ ଦିନେ ଖାଦ୍ୟ ଦେବାକୁ ଯାଇଥିବା ସ୍ନେହା ସେବେଠାରୁ ଫୁଡ୍ ବ୍ୟାଙ୍କ ଜରିଆରେ ଭୋକିଲାଙ୍କ ମୁହଁରେ ଦେଉଛନ୍ତି ଦାନା । ତାଙ୍କ ମା’ ତାଙ୍କର ପ୍ରେରଣା

ଆରିଫା । କାଶ୍ମୀରର ଆରିଫା ମଧ୍ୟ ଏହି ୭ ଜଣଙ୍କ ମଧ୍ୟରେ ଅଛନ୍ତି । ଆରିଫା କାଶ୍ମିରର ପାରମ୍ପାରିକ ହସ୍ତଶିଳ୍ପର ଉତ୍ଥାନ ଦିଗରେ କାମ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ସେ ଟ୍ୱିଟ୍ କରିଛନ୍ତି ଯେ, ମୁଁ ସବୁବେଳ କାଶ୍ମିର ହସ୍ତଶିଳ୍ପର ପୁନଃଉତ୍ଥାନ କରିବା ପାଇଁ ଚାହୁଁଥିଲି କାରଣ ଏହା ହିଁ ମହିଳା ଶସକ୍ତିକରଣର ରାସ୍ତା ।

କଳ୍ପନା ରମେଶ: ଜଳ ସଂରକ୍ଷଣ ଦିଗରେ ଅଭିଯାନ ଚଳାଇଥିବା କଳ୍ପନା ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍‌ର ହ୍ୟାଣ୍ଡେଲ୍‌ରେ ଲେଖିଛନ୍ତି ‘ କ’ଣ ଆପଣ ମଧ୍ୟ ଜଳ ଅଭାବ ସମ୍ପର୍କରେ କେବେ ଚିନ୍ତା କରିଛନ୍ତି କି? ଆମେ ସମସ୍ତେ ସାମୁହିକଭାବେ ନିଜ ନିଜ ସନ୍ତାନଙ୍କ ଭବିଷ୍ୟତ ପାଇଁ ଜଳ ସଂରକ୍ଷଣ ଦିଗରେ କାର୍ଯ୍ୟ କରିପାରିବା । ଏହା ଲେଖି ସେ ଜଳ ସଂରକ୍ଷଣ ଦିଗରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରାଇବା ସହ ଏ ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି ।

 

Leave a Reply