ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍ର ଆକାଉଣ୍ଟରୁ ଦେଶବାସୀଙ୍କୁ ବାର୍ତ୍ତା ଦେଲେ ସଫଳ ମହିଳା
3 min readପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନିଜ ସୋସିଆଲ ଆକାଉଣ୍ଟ ଚଳାଇବା ଦାୟିତ୍ୱ ୭ ଜଣ ମହିଳାଙ୍କୁ ପ୍ରଦାନ କରିଛନ୍ତି । ସେହି ୭ ମହିଳାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମାଳବିକା ଆୟର । ମାଳବିକା ପିଏମଙ୍କ ଟ୍ୱିଟର ହ୍ୟାଣ୍ଟେଲରୁ ଯାହା କହିଛନ୍ତି ତାହା ଆସନ୍ତାକାଲିର ଭାରତୀୟ ନାରୀଙ୍କ କଥା କହୁଛି । ମାଳବିକା ଆୟର ଟ୍ୱିଟ୍ କରି କହିଛନ୍ତି ହାର ମାନିବା କୌଣସି ବିକଳ୍ପ ନୁହେଁ । ସମାଜ ନାରୀଙ୍କୁ ସମ୍ମାନ ଦେଉ । ..
Acceptance is the greatest reward we can give to ourselves. We can’t control our lives but we surely can control our attitude towards life. At the end of the day, it is how we survive our challenges that matters most.
Know more about me and my work- @MalvikaIyer #SheInspiresUs pic.twitter.com/T3RrBea7T9
— Narendra Modi (@narendramodi) March 8, 2020
. ସମାଜସେବୀ ମାଳବିକା ଆୟର ମାତ୍ର ୧୩ ବର୍ଷ ବୟସରେ ବୋମା ବିସ୍ଫୋରଣରେ ନିଜ ଦୁଇ ହାତ ହରାଇଥିଲେ । । କିନ୍ତୁ ହାରି ଯାଇନଥିଲେ । ଦୁଇ ହାତ ନଥାଇ ବି ସେ ସବୁ ବାଧାବିଘ୍ନର ସମ୍ମୁଖୀନ ହେବାକୁ ଆଗଭର ହୋଇଥିଲେ । ଯାହା ତାଙ୍କ ଟ୍ୱିଚରୁ ଜଣା ପଡୁଛି । ମାଳବିକା ଦିବ୍ୟାଙ୍ଗଙ୍କ ଅଧିକାର ପାଇଁ ଲଢେଇ ଲଢନ୍ତି । ସେ ସମାଜ ସେବା ଉପରେ ପିଏଚଡି କରିଛନ୍ତି ।
You heard of food for thought. Now, it is time for action and a better future for our poor.
Hello, I am @snehamohandoss. Inspired by my mother, who instilled the habit of feeding the homeless, I started this initiative called Foodbank India. #SheInspiresUs pic.twitter.com/yHBb3ZaI8n
— Narendra Modi (@narendramodi) March 8, 2020
ସେହିଭଳି ସ୍ନେହା ମୋହନ ଦାସ । ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରିଛନ୍ତି । ଭୋକିଲାଙ୍କ ପାଇଁ ଫୁଡ୍ ବ୍ୟାଙ୍କ ଚଳାନ୍ତି ସ୍ନେହା । ସ୍ନେହା ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରିଛନ୍ତି ଯେ, ‘ ଆପଣ ବିଚାର ପାଇଁ ଖାଦ୍ୟ କଥା ଶୁଣିଥିବେ,ଏବେ ଗରିବଙ୍କ ଉତ୍ତମ ଭବିଷ୍ୟତ ପାଇଁ ପଦକ୍ଷେପ ନେବାର ସମୟ’ । ନିଜ ଜେଜେବାପାଙ୍କ ଜନ୍ମଦିନରେ ଭୋକିଲାଙ୍କୁ ଦିନେ ଖାଦ୍ୟ ଦେବାକୁ ଯାଇଥିବା ସ୍ନେହା ସେବେଠାରୁ ଫୁଡ୍ ବ୍ୟାଙ୍କ ଜରିଆରେ ଭୋକିଲାଙ୍କ ମୁହଁରେ ଦେଉଛନ୍ତି ଦାନା । ତାଙ୍କ ମା’ ତାଙ୍କର ପ୍ରେରଣା
I always dreamt of reviving the traditional crafts of Kashmir because this is a means to empower local women.
I saw the condition of women artisans and so I began working to revise Namda craft.
I am Arifa from Kashmir and here is my life journey. #SheInspiresUs pic.twitter.com/hT7p7p5mhg
— Narendra Modi (@narendramodi) March 8, 2020
ଆରିଫା । କାଶ୍ମୀରର ଆରିଫା ମଧ୍ୟ ଏହି ୭ ଜଣଙ୍କ ମଧ୍ୟରେ ଅଛନ୍ତି । ଆରିଫା କାଶ୍ମିରର ପାରମ୍ପାରିକ ହସ୍ତଶିଳ୍ପର ଉତ୍ଥାନ ଦିଗରେ କାମ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ସେ ଟ୍ୱିଟ୍ କରିଛନ୍ତି ଯେ, ମୁଁ ସବୁବେଳ କାଶ୍ମିର ହସ୍ତଶିଳ୍ପର ପୁନଃଉତ୍ଥାନ କରିବା ପାଇଁ ଚାହୁଁଥିଲି କାରଣ ଏହା ହିଁ ମହିଳା ଶସକ୍ତିକରଣର ରାସ୍ତା ।
Be a warrior but of a different kind!
Be a water warrior.
Have you ever thought about water scarcity? Each one of us can collectively act to create a water secure future for our children
Here is how I am doing my bit. @kalpana_designs pic.twitter.com/wgQLqmdEEC
— Narendra Modi (@narendramodi) March 8, 2020
କଳ୍ପନା ରମେଶ: ଜଳ ସଂରକ୍ଷଣ ଦିଗରେ ଅଭିଯାନ ଚଳାଇଥିବା କଳ୍ପନା ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍ର ହ୍ୟାଣ୍ଡେଲ୍ରେ ଲେଖିଛନ୍ତି ‘ କ’ଣ ଆପଣ ମଧ୍ୟ ଜଳ ଅଭାବ ସମ୍ପର୍କରେ କେବେ ଚିନ୍ତା କରିଛନ୍ତି କି? ଆମେ ସମସ୍ତେ ସାମୁହିକଭାବେ ନିଜ ନିଜ ସନ୍ତାନଙ୍କ ଭବିଷ୍ୟତ ପାଇଁ ଜଳ ସଂରକ୍ଷଣ ଦିଗରେ କାର୍ଯ୍ୟ କରିପାରିବା । ଏହା ଲେଖି ସେ ଜଳ ସଂରକ୍ଷଣ ଦିଗରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରାଇବା ସହ ଏ ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି ।