ଉଦଘାଟିତ ହେଲା MSME ଅନ୍ତର୍ଜାତୀୟ ଟ୍ରେଡ୍ ଫେୟାର

1 min read

ଭୁବନେଶ୍ୱର: ଉଦଘାଟିତ ହେଲା ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୦ । ଆଜିଠୁ ଆରମ୍ଭ ହୋଇଥିବା ଏହି ମେଳା ୧୨ ତାରିଖ ଯାଏଁ ଚାଲିବ । ଏହି ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏଥର ଥିମ ରହିଛି ଫୋକସ MSME@2020 ।ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଥିବା ଏହି ଫେୟାରରେ ୨୦ଟି ଇରାନ କମ୍ପାନୀ ଏବଂ ୧୦ଟି ବାଂଲାଦେଶ କମ୍ପାନୀର ପ୍ରତିନିଧି ଯୋଗ ଦେଇଛନ୍ତି । ସେମାନେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ନିମନ୍ତେ ଓଡ଼ିଶାର ଉଦ୍ୟୋଗୀ ମାନଙ୍କ ସହିତ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।ଟ୍ରେଡ୍ ଫେୟାରରେ MSME ଉତ୍ପାଦ ପାଇଁ ମୋଟ ୨୮୦ ଟି ଷ୍ଚଲ ରହିଛି ।  ୩୨ଟି ଷ୍ଟଲ ଟେକ୍ନୋଲୋଜି ଡେମୋନଷ୍ଟ୍ରେସନ, ସରକାରୀ ବିଭାଗ, ଅନ୍ତର୍ଜାତୀୟ ଅଂଶଗ୍ରହଣକାରୀ ଏବଂ ପିଏସୟୁ ପାଇଁ ୨୮ ଟି ଷ୍ଟଲ ରହିଛି । ୧୫ଟି ଷ୍ଟଲ ଫୁଡ୍ କୋଟ ପାଇଁ ରହିଛି ।ଏହି ମେଳା ରେ ଶିଳ୍ପ, ଶକ୍ତି, MSME, ଓ ଗୃହ ବିଭାଗୀୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଓଡିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧକ୍ଷ, ଚିନ୍ମୟ ସାହୁ, MSME ବିଭାଗୀୟ ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ରହି ମେଳାର ଉଦଘାଟନ କରିବା ସହ ଲୋଗୋ ଓ ବୁକଲେଟ ଉନ୍ମୋଚନ କରିଥିଲେ I

Leave a Reply