ବିଶ୍ୱ ବନ୍ଧୁତ୍ୱ ଦିବସ: ଚଳଚ୍ଚିତ୍ର ମାଧ୍ୟମରେ ପ୍ରଦର୍ଶିତ ହୋଇଥିବା କିଛି ନିଚ୍ଛକ ବନ୍ଧୁତ୍ୱର କାହାଣୀ

ଏ ଦୁନିଆରେ ସବୁ ସମ୍ପର୍କଠାରୁ ନିଆରା ସମ୍ପର୍କ ହେଉଛି ବନ୍ଧୁତ୍ୱର ସମ୍ପର୍କ । ବାପା ମା ଆତ୍ମୀୟସ୍ୱଜନ ସବୁ ସମ୍ପର୍କ ଗୋଟିଏ ଆଡେ ଓ ସାଙ୍ଗସହ ନିବିଡତା ଅନ୍ୟ ଆଡେ । ପିଲାଟିଏ ଜନ୍ମନେଲେ ତା’ ପାଇଁ କିଛି ସମ୍ପର୍କ ପୂର୍ବରୁ ତିଆରି ହୋଇରହିଥାଏ । କିନ୍ତୁ ବନ୍ଧୁ ଚୟନ କରିବା ସେହି ପିଲାର ନିଜସ୍ୱ ପସନ୍ଦ ଥାଏ । ଯାହାକୁ ଆଉ କେହି ନୁହେଁ ବରଂ ସେ ନିଜେ ହିଁ ନିଣ୍ଣୟ କରିଥାଏ । ସେହି ବନ୍ଧୁତାର ସମ୍ପର୍କକୁ ସାରା ଜୀବନ ସାଥିରେ ରଖିବା ପାଇଁ ତ୍ୟାଗ, ଭଲପାଇବା ଓ ବିଶ୍ୱାସର ସଂଯୋଗ ଆବଶ୍ୟକ ପଡିଥାଏ । ଦେଖିବାକୁ ଗଲେ ବନ୍ଧୁପାଇଁ ଗୋଟିଏ ଦିନ ଯଥେଷ୍ଟ ନୁହେଁ । କିନ୍ତୁ ଯେଉଁ ସାଙ୍ଗ ଆମ ସୁଖଦୁଃଖର ସାଥୀ ହୋଇଥାଏ ତାଙ୍କ ପାଇଁ ଉସବର ଦିନଟିଏ ତ ରହିବା କଥା ନା… ସେଥିପାଇଁ ପ୍ରତି ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାର ଦିନକୁ ବିଶ୍ୱ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଏ ।
ନିଜ ବନ୍ଧୁଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ଏହିଦିନକୁ ସମସ୍ତେ ଖୁବ ଖୁସିରେ ପାଳନ କରନ୍ତି । ସାଙ୍ଗମାନଙ୍କ ସହ ସମୟ ଅତିବାହିତ କରନ୍ତି । ଆଜିର ଦିନ ଆମକୁ ମନେପକାଇ ଦିଏ ଯେ ପ୍ରକୃତ ସାଙ୍ଗ ଜୀବନରେ ରହିବା ନିହାତି ଜରୁରୀ,ସାଙ୍ଗଟିଏ ଥିଲେ ଜୀବନର ଅନେକ କିଛି ଅସୁବିଧା ଝଡ଼ଝଞ୍ଜା ସହଜରେ ପାର କରିହେଇଯାଏ । ବିନା ସର୍ତରେ ଗଢିଉଠୁଥିବା ଏକ ସୁନ୍ଦର ସମ୍ପର୍କ ହେଉଛି ଏହି ବନ୍ଧୁତା । ସେଥିପାଇଁ ପ୍ରକୃତ ସାଙ୍ଗ ନିଜ ସାଙ୍ଗ ପାଇଁ ଜୀବନ ଦେବାକୁ ବି ପଛାଏନାହିଁ । ଯାହା ଅନେକ ମିଛ ଓ ଛଳନା ଉପରେ ଗଢିଉଠୁଛି । ପ୍ରକୃତ ବନ୍ଧୁର ଚିତ୍ର ଯଦି ଆପଣ ଏହି ସବୁ ସୋସିଆଲ ମିଡିଆରେ ଖୋଜିବେ ତେବେ ଧୋକା ତ ନିଶ୍ଚୟ ମିଳିବ । ଆଗରୁ ଚଳଚିତ୍ର ମାଧ୍ୟମରେ ବି ପ୍ରକୃତ ବନ୍ଧୁତ୍ୱ କ’ଣ ତାର ଉଦାହରଣ ଦିଆଯାଉଥିଲା । ତେବେ ଚାଲନ୍ତୁ ଆଜିର ଦିନରେ ନଜର ପକାଇବା ସେମିତି କିଛି ଖାସ୍ ଚଳଚିତ୍ରଗୁଡିକ ବିଷୟରେ ଯାହା ଆଜି ବି ଅନେକଙ୍କ ମନରେ ସ୍ମରଣୀୟ ହୋଇ ରହିଛି ।

Anand (1971) Full Hindi Movie | Rajesh Khanna, Amitabh Bachchan, Sumita Sanyal, Ramesh Deo - YouTube
୧୯୭୧ ମସିହାର ଆନନ୍ଦ ଚଳଚିତ୍ର
ଯେଉଁଥିରେ ଅମିତାଭ ବଚ୍ଚନ ଓ ରାଜେସ୍ ଖନ୍ନାଙ୍କ ଦୋସ୍ତି ଦେଖିବାକୁ ମିଳିଥିଲା..ସେଥିରେ ରାଜେସ୍ ଖନ୍ନା ମରିବା ଯାଇ ବି ଅମିତାଭଙ୍କୁ ଜୀବନର ପ୍ରକୃତ ମର୍ମ କଣ ବୁଝାଇ ଦେଇଯାଇଥିଲେ..ଖୁବ୍ କମ ସମୟରେ ଏହି ଚଳଚିତ୍ରଟି ଜୀବନ ଓ ବନ୍ଧୁତ୍ୱ ଅର୍ଥ କଣ ତାହା ବୁଝାଇଦେଇଥିଲା ।

Sholay Full HD 1080p - YouTube
୧୯୭୫ ମସିହାର ଶୋଲେ ଚଳଚିତ୍ର
ଦୋସ୍ତି ଉପରେ ନିର୍ମାଣ ହୋଇଥିବା କିଛିଟା ଖାସ୍ ଚଳଚିତ୍ର ମଧ୍ୟରୁ ଶୋଲେ ହେଉଛି ମୁଖ୍ୟ ଉଦାହରଣ…ଜୟ ଓ ଭୀରୁଙ୍କର ସାନଦାର୍ ଯୋଡି ଏଥିରେ ଦର୍ଶକଙ୍କୁ ଖୁବ ଭଲ ଲାଗିଥିଲା..ଏହି ଦୁଇ ଚରିତ୍ରରେ ଅମିତାଭ୍ ବଚ୍ଚନ ଓ ଧର୍ମେନ୍ଦରଙ୍କର ଜବରଦସ୍ତ ଦୋସ୍ତି ଦେଖିବାକୁ ମିଳିଥିଲା… ଆଜି ବି ଅନେକଲୋକ ନିଜ ବନ୍ଧୁତ୍ବ ସମ୍ପର୍କକୁ ଜୟ ଭୀରୁର ଦୋସ୍ତି ଭଳି ଉଦାହରଣ ସ୍ୱରୂପ ନିଅନ୍ତି..

Yaarana (1981) Full Video Songs Jukebox | Amitabh Bachchan, Neetu Singh, Amjad Khan - YouTube
୧୯୮୧ ମସିହାର ୟାରାନା ଚଳଚିତ୍ର
ଫିଲ୍ମ ୟାରାନାର ଗୀତ ତେରେ ଜେସା ୟାର୍ କାହାଁ ଶୁଣିଲେ ଆଜି ବି ଲୋକଙ୍କ ଆଖିରେ ଲୁହ ଜକେଇ ଆସେ..ଦୁଇ ସାଙ୍ଗ କିଭଳି ଦୁହିଁଙ୍କ ଅସୁବିଧାରେ ଦମ୍ଭ ଭଳି ଛିଡା ହେଇପାରନ୍ତି ତାର ଶିକ୍ଷା ଦେଇଥିଲା ୟାରାନା ଚଳଚିତ୍ର…

Dostana (1980 film) Movie | Cast, Release Date, Trailer, Posters, Reviews, News, Photos & Videos | Moviekoop
୧୯୮୦ ମସିହାର ଦୋସ୍ତାନା ଚଳଚିତ୍ର
ଦୋସ୍ତି ଉପରେ ନିର୍ମାଣ ହୋଇଥିବା ଏହା ଏକ ଏକ୍ସନ ଫିଲ୍ମ ଥିଲା..ଏଥିରେ ଅମିତାଭ ବଚ୍ଚନ ଶତ୍ରୁଘ୍ନ ସିହ୍ନା …ଜୀନତ ଅମାନ,ପ୍ରେମ ଚୋପଡା,ଅମରେଶ ପୁରୀ,ହେଲେନ ଭଳି ଅନେକ କଳାକାର ନଜର ଆସିଥିଲେ । ସେଥିରେ ମଧ୍ୟ ବନ୍ଧୁତ୍ବର ନିବିଡତାକୁ ପରିପ୍ରକାଶ କରାଯାଇଥିଲା..

Jo Jeeta Wohi Sikandar (1992) | Bollywood movies, Best bollywood movies, Bollywood posters
୧୯୯୨ ମସିହାର ଜୋ ଜିତା ବହି ସିକନ୍ଦର
୯୦ଦଶକର କିଛି ଖାସ୍ କଳାକାରଙ୍କ ଭିତରୁ ଅମିରଖାନ୍ ମଧ୍ୟ ଜଣେ ଜବରଦସ୍ତ ଅଭିନେତା..ତାଙ୍କ ଅଭିନିତ ଜୋ ଜିତା ବହି ସିକନ୍ଦର ଫିଲ୍ମ ସେ ସମୟରେ ଅନେକ ଚର୍ଚ୍ଚା ସାଉଁଟି ଥିଲା । ସ୍କୁଲ କଲେଜ ସମୟରେ ସାଙ୍ଗ ମାନେ କେତେ ନିଜର ଥାଆନ୍ତି ଓ ପ୍ରତିଟି ସମୟରେ ସେମାନେ ସାଙ୍ଗ ପାଇଁ ଯେକୈାଣସି ଅସୁବିଧାର ସମ୍ମୁଖୀନ କରିପାରନ୍ତି ତାର ଉଦାହରଣ ଏହି ଚଳଚିତ୍ରରେ ଦିଆଯାଇଥିଲା ।

Leave a Reply