ଡିସେମ୍ବର ୧୫ରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା

International Flights To Resume From India December 15

ନୂଆଦିଲ୍ଲୀ: କରୋନା ପାଇଁ ବନ୍ଦ ଥିବା ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବ । ଡିସେମ୍ବର ୧୫ରୁ ବିଦେଶକୁ ଉଡ଼ିବ ବିମାନ । ଗୃହ ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହ ଆଲୋଚନା ପରେ ଏ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ବେସାମିରକ ବିମାନ ଚଳାଚଳ ମନ୍ତ୍ରଣାଳୟ ଶୁକ୍ରବାର ଏ ସୂଚନା ଦେଇଛି ।

International Flights To Resume From India December 15

ଗତବର୍ଷ ମହାମାରୀ କରୋନା ପାଇଁ ମାର୍ଚ୍ଚ ୨୩ରୁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ କରି ଦିଆଯାଇଥିଲା । ଏହା ପରେ ସୀମିତ ଦେଶ ସହ ଏୟାର ବବଲ ପ୍ୟାକେଟ୍ ଜରିଆରେ ସୀମିତ ଉଡ଼ାଣ କରାଯାଇଥିଲା । ଏବେ ୨୮ ଦେଶ ଭାରତର ଏୟାର ବବଲ ପ୍ୟାକେଟ୍ ରହିଛି । ଏଥିରେ ଆମେରିକା, ବ୍ରିଟେନ୍, ୟୁଏଇ, କେନିଆ, ଭୁଟାନ ଓ ଫ୍ରାନ୍ସ ଆଦି ଦେଶ ରହିଛନ୍ତି । ଏସବୁ ଦେଶକୁ ଭାରତରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କରୁଛି ।

ଏୟାର ବବଲ୍ ପ୍ୟାକେଟ୍ ପ୍ରକାରେ, ଦୁଇ ଦେଶ ଚୟନ ହୋଇଥିବା ଏୟାରଲାଇନ୍ସ ମାଧ୍ୟମରେ ସ୍ୱତନ୍ତ୍ର ଅନ୍ତର୍ଜାତୀୟ ବିମାନ ସେବା ଯୋଗାଇ ଥାନ୍ତି । ଏଥିରେ ଯାତ୍ରା କରିବା ଲାଗି କେତେକ ପ୍ରତିବନ୍ଧକ ଥାଏ । ଚଳିତ ମାସ ୨୯ ତାରିଖରୁ ଭାରତରୁ ସିଙ୍ଗାପୁରକୁ ବିମାନ ଉଡ଼ାଣ ଆରମ୍ଭ ହେବ । କୋଭିଡ୍ ଟିକା ନେଇଥିବା ଯାତ୍ରୀ ଅନ୍ତର୍ଜାତୀୟ ଯାତ୍ରା କରିପାରିବେ । ସେମାନେ କ୍ୱାରେଣ୍ଟାଇନରେ ରହିବା ଆବଶ୍ୟକତା ନାହିଁ ।

Leave a Reply