ଆନ୍ତର୍ଜାତୀୟ ଡଗ୍ ଡେ’ରେ ଜାଣନ୍ତୁ କୁକୁରଙ୍କ ସହ ଜଡ଼ିତ ଗୁରୁତ୍ବପୂର୍ଣ୍ଣ କଥା

ନନ୍ଦିଘୋଷ ବ୍ୟୁରୋ: କୁକୁରଙ୍କ ପାଇଁ ଦିନଟିଏ । ଆଜି ହେଉଛି ଇଣ୍ଟର ନ୍ୟାସନାଲ ଡଗ୍ ଡେ । ସମାଜରେ ଏଭଳି ଅନେକ ପଶୁପ୍ରେମୀ ରହିଛନ୍ତି ଯେଉଁମାନେ ଘରେ କୁକୁର ପାଳିବାକୁ ଭଲ ପାଆନ୍ତି । ଏଭଳିକି କୁକୁରଙ୍କ ସେବାରେ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରନ୍ତି । ଆଉ କିଛି ଲୋକ କୁକୁରଙ୍କୁ ଡରୁଥିବାବେଳେ କାଳେ କୁକୁରଙ୍କଠାରୁ କିଛି ରୋଗ ହେବ ଏହି ଡରରେ କୁକୁରଙ୍କଠାରୁ ଦୂରରେ ରହିଥାନ୍ତି । ତେବେ କୁକୁରଙ୍କୁ ନେଇ ଅନେକ ରିସର୍ଚ୍ଚ ମଧ୍ୟ କରାଯାଇଛି । ଯେଉଁଥିରେ ପ୍ରକାଶ କରାଯାଇଛି କି, ନିଜର ପ୍ରିୟଜନଙ୍କଠାରୁ କୁକୁରକୁ ଚମ୍ବନ ଦେବା କ୍ଷତିକାରକ ହୋଇନଥାଏ ।

କୁକୁର ପାଟିରେ ୬ଶହ ପ୍ରକାରର ବ୍ୟାକ୍ଟେରିଆ ରହିଥାନ୍ତି । ମାନବ ପାଟିରେ ରହୁଥିବା ଜୀବାଣୁ ସମ୍ପର୍କରେ ଅଧ୍ୟୟନ କରାଯାଇଥିବାବେଳେ ଜଣାପଡ଼ିଛି କି, ୬୧୫ ପ୍ରକାରର ଜୀବାଣୁ ରହିଛନ୍ତି । ଅଧ୍ୟୟନରୁ ଜଣାପଡ଼ିଛି କି, ମଣିଷ ଏବଂ କୁକୁରଙ୍କ ଜୀବାଣୁ ପ୍ରାୟତଃ ସମାନ । ବିଶ୍ବାସ କରାଯାଏ ଯେ ଆମେ କୁକୁରକୁ ଯଦି ଚମ୍ବନ ଦେଉଛେ ତାହେଲେ ରୋଗ ଆସିପାରେ । ବାସ୍ତବରେ ଏହା ହୋଇନଥାଏ ବୋଲି କୁହାଯାଇଛି । କୁକୁରଙ୍କ ପାଟିରେ ଥିବା ଅଧିକାଂଶ ଜୀବାଣୁ ସଂକ୍ରାମକ ନୁହଁନ୍ତି । ଏଣୁ ଯଦି ଆପଣ କୁକୁରକୁ ଚୁମ୍ବନ ଦିଅନ୍ତି ତାହେଲେ ରୋଗ ବ୍ୟାପିବାର ସଂଖ୍ୟା କମ ରହିଥାଏ । ଯଦି କୁକୁରଙ୍କୁ ଖଞ୍ଚା ଖାଦ୍ୟ ପରସାଯାଏ ତାହେଲେ ରୋଗ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ରହିଥାଏ ।

ପୋଷା କୁକୁରଙ୍କୁ ସଫା ସୁତୁରା ରଖିବା । ଯେପରିକି ମଣିଷଙ୍କ ଭଳି କୁକୁରଙ୍କୁ ଦାନ୍ତ ଘଷାଇବା ମଧ୍ୟ ଜରୁରୀ । ଯାହାଦ୍ବରା ତାଙ୍କ ପାଟିରୁ କୌଣସି ରୋଗ ସଂକ୍ରମଣ ହେବ ନାହିଁ । କେବଳ କୁକୁର ନୁହଁନ୍ତି ମଣିଷଙ୍କ ଦାନ୍ତ ମଧ୍ୟ ରୋଗ ସଂକ୍ରାମକ ହୋଇଥାଏ ।  ଉଭୟ କୁକୁର ଏବଂ ମଣିଷଙ୍କ ପାଟିରେ ମାଇକ୍ରୋବସ ଥାଏ । ଉଭୟଙ୍କ ପାଟିରେ ଜୀବାଣୁ ଥାଏ । ମାତ୍ର କୁକୁରଙ୍କ ପାଟିରେ ଅଧିକ ପରିମାଣର ଜୀବାଣୁ ରହିଥାଏ । ବିଶ୍ବାସ ରହିଛି କି, କୁକୁରଙ୍କ ପାଟିର ଲାଳରେ ଅନେକ ରୋଗର ଉପସମ ହୋଇଥାଏ । ଏପରିକି ମଣିଷମାନେ ମଧ୍ୟ ନିଜ ପାଟିରୁ ଛେପ କାଡ଼ି କ୍ଷେତ ସ୍ଥାନରେ ଲଗାଇଥାନ୍ତି । ତେବେ ଅଧ୍ୟୟନରୁ ଜଣାପଡିଛି କି, କୁକୁର ମଣିଷଙ୍କ ଭଳି ସମସ୍ତ ସ୍ତନ୍ୟପାୟୀ ଜୀବଙ୍କ ଲାଳରେ କ୍ଷତ ଭଲ ହୋଇଥାଏ ।