spot_img

Latest Posts

ଅଧିକ ସମୟ ଉପାସ ରହିଲେ ବଢିଥାଏ ହୃଦରୋଗ ଆଶଙ୍କା !

ନୂଆଦିଲ୍ଲୀ: ଅଧିକ ସମୟ ଧରି ଉପାସ ରହିଲେ ବଢିବ ହୃଦରୋଗ। ଅନେକ ଲୋକ ପତଳା ହେବା ପାଇଁ ଅଧିକ ସମୟ ଉପାସ ରହୁଥିବା ଦେଖିବାକୁ ମିଳେ। କିନ୍ତୁ ଏକ ଗବେଷଣା ଅନୁଯାୟୀ ଅଧିକ ସମୟ ଉପାସ ରହିଲେ ହୃଦରୋଗ ହେବାର ୯୧ ପ୍ରତିଶତ ସମ୍ଭାବନା ରହିଛି। ଆମେରିକାର ହାର୍ଟ ଆସୋସିଏନ ପକ୍ଷରୁ ଗବେଷଣା ପରେ ଏଭଳି ଏକ ରିପୋର୍ଟ ପ୍ରକାଶ କରାଯାଇଛି।

ଓଜନ କମାଇବାକୁ ଦିନରେ ଅଧିକ ସମୟ ଉପାସ ରହି କମ ଖାଉଥିବା ଲୋକଙ୍କୁ ନେଇ ଏକ ଷ୍ଟଡି କରାଯାଇଥିଲା । ଯେଉଁଥିରେ ସେମାନଙ୍କର ହୃଦରୋଗ ହେବା ଭଳି ସମ୍ଭାବନା ଅଧିକ ଦେଖାଯାଇଥିଲା। ବର୍ତ୍ତମାନ ସମୟରେ ଅନେକ ଲୋକ ଜୀବନ ଶୈଳୀରେ ପରିବର୍ତ୍ତନ କଲେଣି। ମୋଟାପଣ କମାଇବା ପାଇଁ ଲୋକ ସଂଘର୍ଷ କରୁଛନ୍ତି । ଏଭଳି କ୍ଷେତ୍ରରେ ଅଧିକ ସମୟ ଉପବାସ ରହିବାକୁ ଏକମାତ୍ର ରାସ୍ତା ବୋଲି ଭାବି ଦିଅନ୍ତି ଲୋକେ। ଯାହା ହୃଦରୋଗ ଭଳି ସମସ୍ୟା ବଢାଏ ବୋଲି ଗବେଷଣାରୁ ସ୍ପଷ୍ଟ ହୋଇଛି। ୮ ଘଣ୍ଟାରେ ଥରେ ଖାଉଥିବା ଲୋକଙ୍କ କ୍ଷେତ୍ରରେ ହୃଦରୋଗ ଭଳି ସମସ୍ୟା ଦେଖାଯିବ ବୋଲି ଗବେଷଣାରେ କୁହାଯାଇଛି।

ଇଣ୍ଟର୍ମିଟେଣ୍ଟ ଫାଷ୍ଟିଂ କରିବା କ୍ୟାଲୋରୀ ଗ୍ରହଣକୁ ହ୍ରାସ କରିବାର ଏକ ମାଧ୍ୟମ ହୋଇଥାଏ । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ମାନବ ମେଟାବୋଲିଜିମର ପ୍ରଫେସର କିଟ୍ ଫ୍ରେନ୍ ବ୍ରିଟେନର ବିଜ୍ଞାନ ମିଡିଆ କେନ୍ଦ୍ରକୁ ଦେଇଥିବା ବିବୃତ୍ତିରେ ଏହା କହିଛନ୍ତି । “ଏହି ଅଭ୍ୟାସର ପ୍ରଭାବ ଉପରେ ଆମକୁ ଦୀର୍ଘମିଆଦି ଅଧ୍ୟୟନର ଆବଶ୍ୟକତା ରହିଛି । ଏହି ରିପୋର୍ଟରେ ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ମିଳି ନାହିଁ ।”

ସାଂଘାଇ ଜିଆଓ ଟୋଙ୍ଗ ୟୁନିଭରସିଟି ସ୍କୁଲ ଅଫ୍ ମେଡିସିନର ଭିକ୍ଟର ଜୋଙ୍ଗଙ୍କ ନେତୃତ୍ୱରେ ଅନୁସନ୍ଧାନକାରୀମାନେ ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣର ଜାତୀୟ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଗବେଷଣାରେ ଅନ୍ତର୍ଭୁକ୍ତ ପ୍ରାୟ ୨୦,୦୦୦ ଲୋକଙ୍କର ତଥ୍ୟ ବିଶ୍ଳେଷଣ କରିଥିଲେ। ଏହି ଅଧ୍ୟୟନରେ ୨୦୦୩ରୁ ୨୦୧୯ ପର୍ଯ୍ୟନ୍ତ ମୃତ୍ୟୁ ତଥ୍ୟ ବ୍ୟବହାର କରାଯାଇଥିଲା।

Latest Posts

Don't Miss