spot_img

Latest Posts

ଡାକଘରେ ଟଙ୍କା ସଞ୍ଚୟ ରଖୁଥିଲେ ଖୁସି ଖବର; ନବବର୍ଷରୁ ମିଳିବ ଅଧିକ ସୁଧ

ନୂଆଦିଲ୍ଲୀ: ଡାକଘରେ ଟଙ୍କା ସଞ୍ଚୟ କରୁଥିବା ଗ୍ରାହକଙ୍କ ପାଇଁ ନୂଆବର୍ଷ ଉପହାର। ଡାକଘରେ ଟଙ୍କା ଜମା ଉପରେ ପୂର୍ବ ଅପେକ୍ଷା ଅଧିକ ସୁଧ ହାର ମିଳିବ। ଜାତୀୟ ସଂଚୟ ସାର୍ଟିଫିକେଟ ବା ଏନଏସସି ଏବଂ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ସମେତ କ୍ଷୁଦ୍ର ସଞ୍ଚୟ ଜମା ଯୋଜନା ଉପରେ ମଧ୍ୟ ସରକାର ସୁଧ ହାର ବୃଦ୍ଧି କରିଛନ୍ତି।

ଏହି ଯୋଜନା ଗୁଡ଼ିକର ସୁଧ ହାର ବର୍ତ୍ତମାନ ୧.୧ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ବୃଦ୍ଧି ଜାନୁଆରୀ ୧ ରୁ କାର୍ଯ୍ୟକାରୀ ହେବ। ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ ପିପିଏଫ୍ ଏବଂ ବାଳିକା ସଞ୍ଚୟ ଯୋଜନା ସୁକନ୍ୟା ସମୃଦ୍ଧିର ସୁଧ ହାର ପରିବର୍ତ୍ତନ କରାଯାଇନାହିଁ। ଜାନୁଆରୀ ୧ରୁ ଏନଏସସିରେ ୭ ପ୍ରତିଶତ ସୁଧ ମିଳିବ। ବର୍ତ୍ତମାନ ଏହା ୬.୮ ପ୍ରତିଶତ ।

ସେହିପରି ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା କୁ ବର୍ତ୍ତମାନର ୭.୬ ପ୍ରତିଶତ ସୁଧ ବଦଳରେ ୮ ପ୍ରତିଶତ ସୁଧ ମିଳିବ । ବର୍ଷିକିଆ ଡାକଘର ଜମା ଉପରେ ୬.୫ ପ୍ରତିଶତ ଓ ୨ ବର୍ଷିଆ ଡାକଘର ଜମା ଉପରେ ୬.୮ ପ୍ରତିଶତ ସୁଧ ମିଳିବ । ମାସିକ ଆୟ ଯୋଜନାରେ ବି ୬.୭ ପ୍ରତିଶତ ପରିବର୍ତ୍ତେ, ୭.୧ ପ୍ରତିଶତ ସୁଧ ମିଳିବ ।

Latest Posts

Don't Miss