ରାଜଧାନୀରେ ଏନକାଉଣ୍ଟର: ଏଟିଏମ ଲୁଟ୍ ଉଦ୍ୟମ ବେଳେ ଗୁଳି ମାରିଲା କମିଶନରେଟ୍ ପୋଲିସ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଏନକାଉଣ୍ଟର । ଗତକାଲି ବିଳମ୍ବିତ ରାତିରେ ଆନ୍ତରାଜ୍ୟ ଏଟିଏମ୍ ଲୁଟେରା ଦୀପକ କୁମାରଙ୍କୁ ଗୁଳି ମାରିଲା କମିଶନରେଟ୍ ପୋଲିସ । ବରଗଡ଼ ଥାନା ଅଞ୍ଚଳରେ ଏଟିଏମ୍ ଲୁଟ୍ ଉଦ୍ୟମ କରୁଥିବା ବେଳେ ପୋଲିସ ସହ ହୋଇଥିଲା ମୁହାଁମୁହିଁ ।
ସୂଚନାଯୋଗ୍ୟ, ଆନ୍ତରାଜ୍ୟ ଲୁଟେରା ଦୀପକ ବରଗଡ଼ ଥାନା ଅଞ୍ଚଳରେ ଏଟିଏମ୍ ଲୁଟ୍ କରିବାକୁ ଉଦ୍ୟମ କରୁଥିଲା । ଏହି ସମୟରେ କମିଶନରେଟ ପୋଲିସ ହାବୁଡ଼ରେ ପଡ଼ି ଯାଇଥିଲା । ପୋଲିସକୁ ଦେଖି ଦୀପକ ଗୁଳି ଚଲାଇଥିଲା । ପାଲଟା ଜବାବରେ ପୋଲିସ ଦୀପକଙ୍କୁ ଏନକାଉଣ୍ଟର କରିଛି । ଦୀପକଙ୍କ ଗୋଡ଼ରେ ଗୁଳି ବାଜିଛି । ଏହାପରେ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ ଦୀପକଙ୍କୁ କାବୁ କରିଥିଲା । ପରେ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।