ତାତିରୁ ମିଳିଲା ଆଶ୍ୱସ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା

ନନ୍ଦିଘୋଷ ବ୍ୟୁରୋ: ତାତିରୁ ମିଳିଲା ଆଶ୍ବସ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା । ଉପକୂଳ ଓଡିଶାରେ ପାଗ ମେଘୁଆ ସହିତ କାଳବୈଶାଖୀ ବର୍ଷା ଜାରି ରହିଛି । ଭୁବନେଶ୍ବରରେ ଘଡଘଡି ବିଜୁଳି ସହ ବର୍ଷାପବନ ହୋଇଛି । ଏହାଛଡ଼ା ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁରରେ ବି କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଉପକୂଳ ଓଡିଶାରେ ୧୦ ହଜାରରୁ ଅଧିକ ଥର ବିଜୁଳି ମାରିଥିବା ସୂଚନା ମିଳିଛି । ଦାମିନି ଆପରୁ ବିଜୁଳି ସମ୍ପର୍କରେ ସୂଚନା ମିଳିଛି । ବର୍ଷା ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।