ଗ୍ରେଡର କ୍ଯାଡର ଓ ରିକ୍ରୁଟମେଣ୍ଟ ନିୟମାବଳୀର ସମୀକ୍ଷା କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ସମସ୍ତ ପଦବୀରେ ଗ୍ରେଡର କ୍ଯାଡର ନିୟମାବଳୀ ଓ ରିକ୍ରୁଟମେଣ୍ଟ ନିୟମାବଳୀର ସମୀକ୍ଷା କରିବାକୁ ନିର୍ଦ୍ଦେଶ । ଆସନ୍ତା ୭ ଦିନ ମଧ୍ଯରେ ସମୀକ୍ଷା କରିବା ଲାଗି ସମସ୍ତ ବିଭାଗକୁ ଅତିରିକ୍ତ ମୁଖ୍ଯ ଶାସନ ସଚିବଙ୍କ ନିର୍ଦ୍ଦେଶ । ଯଦି କୌଣସି ବିଭାଗ ଏହି ନିୟମାବଳୀ ଅନାବଶ୍ଯକ ବୋଲି ବିଚାର କରନ୍ତି ତେବେ କ୍ଯାଡର ତଥା ରିକ୍ରୁଟମେଣ୍ଟ ନିୟମାବଳୀରେ ସଂଶୋଧନ ଆଣିବା ଲାଗି ପରାମର୍ଶ ଦିଆଯାଇଛି ।

ରିକ୍ରୁଟମେଣ୍ଟ ପରୀକ୍ଷାର ସୁପରିଚାଳନା ଲାଗି ଏ ସମ୍ପର୍କରେ କମିଶନରଙ୍କ ସହ ଆଲୋଚନା କରିବେ ବୋଲି କୁହାଯାଇଛି । ଗତ ୩ ତାରିଖରେ ମୁଖ୍ଯ ଶାସନ ସଚିବଙ୍କ ଅଧ୍ଯକ୍ଷତାରେ ବସିଥିବା ବୈଠକରେ ଅନୁଧ୍ଯାନ କରାଯାଇଥିଲା । ଓଏସଏସସି ଦ୍ବାରା ପରିଚାଳିତ ବିଭିନ୍ନ ପରୀକ୍ଷା ସଂଖ୍ଯା ହ୍ରାସ କରିବା ଲାଗି କେତେକ ଅନାବଶ୍ଯକ ନିୟମାବଳୀ ରହିଛି । ଲାଇଭଷ୍ଟକ ଇନ୍ସିପେକ୍ଟର ପଦବୀ କ୍ଷେତ୍ରରେ ରହିଥିବା ପ୍ରାର୍ଥୀଙ୍କ ସାଇକେଲିଂ ଟେଷ୍ଟ ବର୍ତ୍ତମାନ ଅଦରକାରୀ ହୋଇଥିବାବେଳେ ତାହା ରହିଥିବା ଉଦାହରଣ ଦିଆଯାଇଥିଲା । ଏହି ଅଦରକାରୀ ନିୟମାବଳୀଗୁଡିକ ଯୋଗୁଁ ଚୟନ ପ୍ରକ୍ରିୟା ବିଳମ୍ବ ହେଉଥିବା ବୈଠକରେ ସୂଚନା ଦିଆଯାଇଥିଲା ।