ବିଶ୍ୱବ୍ୟାପୀ ଇନଷ୍ଟାଗ୍ରାମ ଅଚଳ, ରାତି ସାଢ଼େ ୧୦ଟାରୁ ଫେଲ୍ ହେଲା ମାଇକ୍ରୋ ବ୍ଲଗିଂ ସାଇଟ୍
ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଇନଷ୍ଟାଗ୍ରାମ ଅଚଳ । ଲକ୍ଷ ଲକ୍ଷ ଇନଷ୍ଟାଗ୍ରାମ ଉପଭୋକ୍ତାମାନେ ଆଉଟେଜର ଶିକାର ହୋଇଛନ୍ତି । ଏହି ଆଉଟେଜର କାରଣ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ତେବେ ଏହାକୁ ଅପଡେଟ କରାଯାଇଛି ଏବଂ ଏହି ଆପ୍ ଏବେ ଠିକ ଠାକ୍ ଚାଲିଛି ବୋଲି କହିଛି ମେଟା । ଭାରତୀୟ ସମୟ ରାତି ୧୦ଟା ୪୫ରୁ ଆଉଟେଜ ଆରମ୍ଭ ହୋଇଥିବା ବେଳେ ବିଶ୍ବବ୍ୟାପୀ ୟୁଜରମାନେ ଏହାର ଶିକାର ହୋଇଥିଲେ । ଏହି ସମୟରେ ଇନଷ୍ଟାଗ୍ରାମର ୟୁଜରମାନେ ଫଟୋ ଓ ଭିଡିଓ ଅପଲୋଡ କରିବାରେ ବିଫଳ ହୋଇଥିବା ସହ ଭାବ ଆଦାନପ୍ରଦାନ କରିପାରି ନଥିଲେ । କିଛି ସମୟ ପାଇଁ ଇନଷ୍ଟାଗ୍ରାମ ଅଚଳ ହେବା ପରେ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ବୋଲି ମଧ୍ୟ କହିଛି ଡାଉନ ଡିଟେକ୍ଟର ଓ୍ବେବସାଇଟ ।