ସାରା ଦୁନିଆରେ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ଡାଉନ୍; ଚିନ୍ତାରେ ୟୁଜର୍ସ
1 min readନୂଆଦିଲ୍ଲୀ: ସାରା ଦୁନିଆରେ ଡାଉନ୍ ହୋଇଛି ଫେସବୁକ୍ ମେସେଞ୍ଜର ଓ ଇନଷ୍ଟାଗ୍ରାମ ସର୍ଭିସ୍ । ଯାହା ଫଳରେ ୟୁଜର୍ସ ମାନେ ସୋସିଆଲ୍ ମିଡିଆରେ କିଛି ପୋଷ୍ଟ କରିପାରୁନଥିବା ଯୋଗୁଁ ଚିନ୍ତାରେ ପଡିଛନ୍ତି ।
Help @instagram. pic.twitter.com/MX4Oyu3jTl
— The Manchester City FC Discord (@mancitydiscord) December 10, 2020
ଏହି ଦୁଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକର ମାଲିକ ମାର୍କ ଜୁକରବର୍ଗଙ୍କର । ଯାହାର ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ୟୁଜର୍ସ ।
In case you thought you were the only one. Messenger, Instagram and Facebook are having server issues. pic.twitter.com/69WRgFU7W9
— Jack (@_jakcron) December 10, 2020
ୟୁଜର୍ସଙ୍କ ଅନୁଯାୟୀ, ସର୍ଭର ସହିତ ସଂଯୋଗ ହେବାକୁ ଅସମର୍ଥ ହେବା ନେଇ ଏକ ବାର୍ତ୍ତା ଫେସବୁକ ମେସେଞ୍ଜରରେ ଆସୁଛି। ସେହିପରି ଇନଷ୍ଟାଗ୍ରାମରେ ବି ସମାନ ଅସୁବିଧା ।
ୟୁରୋପ, ଜାପାନ ପରେ ଭାରତରେ ଏହି ସେବା ଡାଉନ
ଫେସବୁକ ମେସେଞ୍ଜର ଏବଂ ଇନଷ୍ଟାଗ୍ରାମ ୟୁଜର୍ସଙ୍କ କହିବାନୁସାରେ, ଏହି ସେବା ପ୍ରଥମେ ୟୁରୋପରେ ଡାଉନ୍ ହୋଇଥିଲା । ଯାହା ପରେପରେ ଜାପାନ ଓ ଭାରତରେ ଡାଉନ୍ ହୋଇଥିବା ନେଇ ଅଭିଯୋଗ ହେଉଛି ।
ଏସମ୍ପର୍କରେ ଫେସବୁକ କିଛି ପ୍ରତିକ୍ରିୟା ଦେଇନାହିଁ-
ଫେସବୁକ ପକ୍ଷରୁ ଏପର୍ଯ୍ୟନ୍ତ ଦୁଇଟି ପ୍ଲାଟଫର୍ମ ଡାଉନ୍ ହେବା ସମ୍ପର୍କରେ କୗେଣସି ପ୍ରତିକ୍ରିୟା ମିଳିପାରିନାହିଁ ।