କୋ-ପାଇଲଟ୍ ହେବାକୁ ଚାହୁଁନଥିଲେ ପାଇଲଟ୍: ଜାଣନ୍ତୁ କ’ଣ ଥିଲା ତାଙ୍କର ୩ ଦାବି

1 min read
Inside-story-of-sachin-pilot-removal-from-deputy-chief-minister

ଜୟପୁର:  କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱଙ୍କ ଅତି ନିକଟତମ ତଥା ଯୁବ ବ୍ରିଗେଡର ଅନ୍ୟତମ ଲୋକପ୍ରିୟ ନେତା ସଚିନ ପାଇଲଟଙ୍କୁ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି। ରାଜ୍ୟ ସଭାପତି ପଦରୁ ମଧ୍ୟ ତାଙ୍କୁ ବିଦା କରାଯାଇଛି । ତେବେ କଂଗ୍ରେସ ହାଇକମାଣ୍ଡଙ୍କ ଏଭଳି କଠୋର ନିଷ୍ପତ୍ତି ପୂର୍ବରୁ ତାଙ୍କୁ ମନେଇବାକୁ ଜୋରଦାର ପ୍ରୟାସ ଚାଲିଥିଲା । କିନ୍ତୁ ଏହା ପରେ ହଠାତ୍‌ କଂଗ୍ରେସ ନେତୃତ୍ୱଙ୍କ ଏଭଳି  ନିଷ୍ପତ୍ତି ନିଆଗଲା ।

Sachin Pilot is not joining BJP but political crisis within ...

ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ସୂଚନା ମୁତାବକ, ନିଷ୍ପତ୍ତି ନେବାରେ ସାମିଲ ହୋଇଥିବା ଜଣେ ବରିଷ୍ଠ ନେତାଙ୍କ କହିବା ମୁତାବକ, ପାଇଲଟ ପାର୍ଟି ସମ୍ମୁଖରେ ୩ଟି ଦାବି ରଖିଥିଲେ । ଯାହାକୁ ଗ୍ରହଣ କରାଯାଇପାରିନଥିଲା । ପାଇଲଟଙ୍କ ପ୍ରଥମ ଦାବି ଥିଲା, ନିର୍ବାଚନର ୧ ବର୍ଷ ପୂର୍ବରୁ ତାଙ୍କୁ ମୁଖ୍ୟମନ୍ତ୍ରୀ  କରାଯାଉ । ଏବଂ ଏନେଇ ଘୋଷଣା ମଧ୍ୟ କରାଯାଉ  । ଦ୍ୱିତୀୟ ଦାବି ହେଉଛି, ପାଇଲଟଙ୍କ ସହ ବିଦ୍ରୋହ କରିଥିବା ମନ୍ତ୍ରୀ ଓ ବିଧାୟକମାନଙ୍କୁ ସରକାର ତଥା ଦଳରେ ଉପଯୁକ୍ତ ସ୍ଥାନ ଦିଆଯାଉ। ଏହାର ଅର୍ଥ ନୁହେଁ ଯେ ସମସ୍ତଙ୍କୁ ମନ୍ତ୍ରୀ କରାଯିବା ଉଚିତ୍, କିନ୍ତୁ ତାଙ୍କୁ ଏକ ନିଗମ କିମ୍ବା ଅନ୍ୟାନ୍ୟ ସଂସ୍ଥାର ମୁଖ୍ୟ କରି ସମ୍ମାନିତ କରାଯିବା ଉଚିତ୍ ।

Rajasthan crisis: Sachin Pilot has support of 19 MLAs, in talks ...

କଂଗ୍ରେସ ମଧ୍ୟସ୍ଥିଙ୍କ ସାମ୍ନାରେ ତୃତୀୟ ଦାବି କରାଯାଇଥିଲା ଯେ କଂଗ୍ରେସର ସାଧାରଣ ସମ୍ପାଦକ ଅବିନାଶ ପାଣ୍ଡେ ରାଜସ୍ଥାନ ଦାୟିତ୍ୱ ଗ୍ରହଣ କରିବେ। ପାଇଲଟ୍ ସ୍ୱୀକାର କରିଛନ୍ତି ଯେ, ପାଣ୍ଡେଙ୍କ ପ୍ରବୃତ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପ୍ରତି ଥିଲା ଏବଂ ଅନ୍ୟ ଜଣକୁ ଅଣାଯିବା ପରେ ପରିସ୍ଥିତି ସ୍ୱାଭାବିକ ହେବ। ବରିଷ୍ଠ ନେତା କହିଛନ୍ତି ଯେ, ଆମେ ସେମାନଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରିଥିଲୁ, କିନ୍ତୁ ଆମେ ସେମାନଙ୍କ ସର୍ତ୍ତ ଗ୍ରହଣ କରିପାରିଲୁ ନାହିଁ, ଏହା ବ୍ଲାକମେଲିଂ ଭଳି ଥିଲା। ଯଦି ଅନ୍ୟ ରାଜ୍ୟରେ ମଧ୍ୟ ଏହା ଘଟେ ତେବେ କଣ ହେବ?

Rahul, Priyanka try to placate Sachin Pilot

କଂଗ୍ରେସ ନେତା କହିଛନ୍ତି ଯେ, କଂଗ୍ରେସ ବିଧାୟକ ଦଳ ବୈଠକ ଆରମ୍ଭ ପୂର୍ବରୁ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ କଥାବାର୍ତ୍ତା ଜାରି ରଖିଥିଲୁ ।  ଆମେ ସମସ୍ତେ, ପାର୍ଟି ଭିତରେ ଏବଂ ବାହାରେ ତାଙ୍କର ଶୁଭେଛୁମାନେ ତାଙ୍କ ସହ କଥା ହୋଇଥିଲେ ମଧ୍ୟ ସେ ଶୁଣିଲେ ନାହିଁ। ଏକ ଜାତୀୟ ଗଣମାଧ୍ୟମକୁ କୁହାଯାଇଛି ଯେ, ରାହୁଲ ଗାନ୍ଧୀ ପାଇଲଟଙ୍କ ସହ କଥା ହୋଇନାହାଁନ୍ତି କିନ୍ତୁ ପ୍ରିୟଙ୍କା ଗାନ୍ଧୀ ପାଇଲଟଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ ।

Sachin Pilot arrives in Delhi, seeks time to meet Congress ...

ସାଢ଼େ ୧୦ଟା ବେଳେ ପାଇଲଟଙ୍କୁ ଶେଷ ଥର ପାଇଁ ଡକାଯାଇଥିଲା, ଯଦିଓ ସେ ଜିଦରେ ଅଟକଳ ରହିବା ପରେ ବିଧାୟକ ଦଳ ବୈଠକ ଆରମ୍ଭ ହୋଇଥିଲା । ଏବଂ ତାଙ୍କ ବିରୋଧରେ ଏକ ସଂକଳ୍ପ ପାରିତ ହୋଇଥିଲା। ଜନୈକ ବରିଷ୍ଠ ନେତାଙ୍କ କହିବାନୁଯାୟୀ, ବିଜେପି ପାଇଲଟଙ୍କୁ ପ୍ରତିଶ୍ରୁତି ଦେଇଛି ଯେ, ଯଦି ସେ ତାଙ୍କ ସହ ୩୦ ଜଣ ବିଧାୟକ ଆଣିବାକୁ ସକ୍ଷମ ତେବେ ସେ ବାହାରୁ ସମର୍ଥନ କରିବେ ।

https://nandighoshatv.com/odisha-cm-naveen-patnaik-again-review-on-covid-19-situation/

Leave a Reply