ଭାରତୀୟ ନୌସେନାରେ ସାମିଲ ହେବ ବାହୁବଳୀ ଆଇଏନଏସ ନିସ୍ତାର
1 min read
ନନ୍ଦିଘୋଷ ବ୍ୟୁରୋ : ଆଜି ଭାରତୀୟ ନୌସେନାରେ ସାମିଲ ହେବ ବାହୁବଳୀ ଆଇଏନଏସ ନିସ୍ତାର । ଏହା ହେଉଛି ଭାରତର ପ୍ରଥମ ସ୍ବଦେଶୀ ନିର୍ମିତ ଡାଇଭିଂ ସପୋର୍ଟ ଭେସଲ । ଏହା ୩୦୦ ମିଟର ସାଚୁରେସନ ଡାଇଭିଂ କରିବା ସହ ସାଇଡ ଡାଇଭିଂ ୭୫ ମିଟର କରିପାରିବ । ରିମୋଟଲିଂ ଅପରେଟେଡ ଭେହିକଲ୍ସ ବା ଆରଓଭି ସହାୟତାରେ ୧ ହଜାର ମିଟର ଗଭୀରରେ ବି ରେସ୍କ୍ୟୁ ଅପରେସନ କରିବାର ସାମର୍ଥ୍ୟ ହାସଲ କରିଛି। ୧୨୦ରୁ ଅଧିକ ଏମଏସଏମଇର ସହାୟତାରେ ଏହି ଜାହାଜ ନିର୍ମାଣ କରାଯାଇଛି । ବିଶାଖାପାଟଣାସ୍ଥିତ ନାଭାଲ ଡକୟାର୍ଡରେ ଏହାକୁ ଉନ୍ମୋଚନ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହା ଭାରତର ସାମୁଦ୍ରିକ ଶକ୍ତିକୁ ବୃଦ୍ଧି କରିବ । ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନାରେ ହିନ୍ଦୁସ୍ତାନ ସିପୟାର୍ଡ ଲିମିଟେଡ ଦ୍ବାରା ଏହାକୁ ନିର୍ମାଣ କରାଯାଇଛି । ଏହାର ଲମ୍ବା ୧୧୮ ମିଟର ହୋଇଥିବାବେଳେ ଏହାର କ୍ଷମତା ପ୍ରାୟ ୧୦ ହଜାର ଟନ ରହିଛି । ସମୁଦ୍ରରେ ଏହା ଏକକାଳୀନ ୬୦ଦିନ ମୁତୟନ ହୋଇପାରିବ । ଏଥିରେ ୨୦୦ରୁ ଅଧିକ କର୍ମଚାରୀ ବି ଯାଇପାରିବେ । ୧୯୭୧ରେ କାର୍ଯ୍ୟକ୍ଷମ ହୋଇଥିବା ସୋଭିଏତ ନିର୍ମିତ ଆଇଏନଏସ ନିସ୍ତାରର ଏହା ଏକ ପରିବର୍ତ୍ତିତ ମଡେଲ । ମୂଳ ଜାହାଜକୁ ୧୯୮୯ରେ ସେବାରୁ ବିରତ ରଖାଯାଇଥିଲା । ଭାରତ-ପାକିସ୍ତାନ ଯୁଦ୍ଧବେଳେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଏବଂ ପାକିସ୍ତାନୀ ବୁଡାଜାହାଜ ପିଏନଏସ ଗାଜିକୁ ଡୁବାଇବାରେ ସକ୍ଷମ ହୋଇଥିଲା ।