ଭାରତ ମହାସାଗରରେ ଦମ୍ ଦେଖାଇବା ବାହୁବଳୀ, ଆଜି କାର୍ଯ୍ୟକ୍ଷମ ହେବ INS ସନ୍ଧ୍ଯାକ

ବିଶାଖାପାଟଣା: ଆଜି କାର୍ଯ୍ୟକ୍ଷମ ହେବ ଆଇଏନଏସ ସନ୍ଧ୍ଯାକ । ବିଶାଖପାଟଣାସ୍ଥିତ ନାଭାଲ ଡକୟାର୍ଡରେ ଏହାକୁ ଉନ୍ମୋଚନ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଉତ୍ସବରେ ନୌସେନା ମୁଖ୍ୟ ଆଡମିରାଲ ଆର. ହରିକୁମାର, ଭାଇସ ଆଡମିରାଲ ରାଜେଶ ପେନ୍ଧାରକର ଓ ନୌସେନା ଅଧିକାରୀ ଏହି ଉତ୍ସବରେ ସାମିଲ ହେବେ । ସେହିପରି ଗାର୍ଡନ ରିଚ୍ ସିପ୍ ବିଲଡର୍ସ ଆଣ୍ଡ ଇଞ୍ଜିନିୟର୍ସର ଅଫିସରମାନେ ବି ଏହି ଉତ୍ସବରେ ଯୋଗଦେବେ ।

କୋଲକାତାର ଗାର୍ଡନ ରିଚ୍ ସିପ୍ ବିଲଡର୍ସ ଆଣ୍ଡ ଇଞ୍ଜିନିୟର୍ସରେ ନିର୍ମିତ ଆଇଏନଏସ ସନ୍ଧ୍ଯାକର ଲମ୍ବା 110 ମିଟର ହୋଇଥିବାବେଳେ ଓଜନ 3 ହଜାର 800 ଟନ । ଏହାର ଯନ୍ତ୍ରାଂସ ମଧ୍ୟରୁ 80 ପ୍ରତିଶତ ହେଉଛି ସ୍ବଦେଶୀ ନିର୍ମିତ । ଏଥିରେ ଦୁଇଟି ଡିଜେଲ ଇଞ୍ଜିନ ରହିଛି । ବିଗତ 2021 ଜୁନ 4ରେ ଡିକମିସନିଂ ହୋଇଥିବା ସନ୍ଧ୍ୟାକର ଏହା ନୂଆ ଭର୍ସନ । ଏହା ଘଣ୍ଟାକୁ 18 ନଟିକାଲ ମାଇଲ ବେଗରେ ଗତି କରିଥାଏ ଏବଂ କ୍ରମାଗତ 25 ଦିନ ଗତି କରିପାରିଥାଏ ।

ଭାରତୀୟ ମହାସାଗରରେ ଦବଦବା ଦେଖାଇବାକୁ ସକ୍ଷମ ଆଇଏନଏସ ସନ୍ଧ୍ୟାକ । ଗତ 2023 ଡିସେମ୍ବର 4ରେ ଆଇଏନଏସ ସନ୍ଧ୍ୟାକକୁ ଭାରତୀୟ ନୌସେନା ହାତରେ ଅର୍ପଣ କରାଯାଇଥିଲା ।