ଭାରତୀୟ ନୌସେନାରେ ସାମିଲ ହେଲା ‘INS କରଞ୍ଜ’, ଆଟାକ୍‌ ବେଳେ No Sound

1 min read
INS-Karanj

ମୁମ୍ବାଇ: ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ନୌସେନା । ଭାରତର ତୃତୀୟ ‘ସ୍କର୍ପିନ୍‌-କ୍ଲାସ୍‌’ ଡିଜେଲ୍‌-ଇଲେକ୍ଟ୍ରିକ୍‌ ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ କରଞ୍ଜ’କୁ ମୁମ୍ବାଇରେ ଭାରତୀୟ ନୌସେନାରେ ସାମିଲ କରାଯାଇଛି । ଏଥର ଜଳପଥରେ ହେବ ସାଇଲେଣ୍ଟ ଆଟାକ୍ । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ସବ୍‌ମେରାଇନ୍ INS କରଞ୍ଜକୁ ମୁମ୍ବାଇର ନାଭାଲ୍ ଡକ୍ ୟାର୍ଡରେ ଆୟୋଜିତ ଉତ୍ସବରେ ନୌସେନାରେ ସାମିଲ କରାଯାଇଛି । INS କରଞ୍ଜ ‘ସାଇଲେଣ୍ଟ କିଲର’ ନାମରେ ପରିଚିତ । INS କରଞ୍ଜ ଭାରତୀୟ ନୌସେନାରେ ସାମିଲ ହେବା ପରେ ଏହା ଶତ୍ରୁ ଦେଶକୁ ଚକ୍‌ମା ଦେବ ବୋଲି କୁହାଯାଉଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ଚିଫ୍‌ ଅଫ୍‌ ନେଭାଲ୍‌ ଷ୍ଟାଫ୍‌ ଆଡ୍‌ମିରାଲ୍‌ କରମବୀର ସିଂହ ଏବଂ ଆଡ୍‌ମିରାଲ୍‌ (ଅବସରପ୍ରାପ୍ତ) ଭିଏସ୍‌ ଶେଖାଓ୍ଵତ୍‌ ଉପସ୍ଥିତ ଥିଲେ।

ଏହି ସବ୍ ମେରାଇନ୍ ଲଗାତାର ୪୦ରୁ ୫୦ ଦିନ ପର୍ଯ୍ୟନ୍ତ ପାଣି ଭିତରେ ରହିପାରିବ । ଏଥିରେ ଷ୍ଟିଲଥ ଜ୍ଞାନକୌଶଳ ବ୍ୟବହାର କରାଯାଇଥିବାରୁ ଶତ୍ରୁଦେଶର ରାଡରରେ ଆସିବା ସେତେଟା ସହଜ ହେବନି । ଫ୍ରାନ୍ସ ସହାୟତାରେ ନିର୍ମିତ ଏହି ସବ୍ ମେରାଇନ୍ ମେକ୍ ଇନ୍ ଇଣ୍ଡିଆ କ୍ୟାମ୍ପେନର ବଡ଼ ସଫଳତା ବୋଲି କୁହାଯାଉଛି । ମିଶନରେ ଥିବା ବେଳେ ଏହି ସବ୍‌ମେରାଇନ୍ ଆଦୌ ଶବ୍ଦ ସୃଷ୍ଟି କରିବ ନାହିଁ । INS କରଞ୍ଜର ଲମ୍ବ ପ୍ରାୟ ୭୦ମିଟର ଓ ଉଚ୍ଚତା ପ୍ରାୟ ୧୨ମିଟର ହେବ । ଏହି ସବ୍‌ମେରାଇନର ଓଜନ ପ୍ରାୟ ୧୬ଶହ ଟନ୍ । ଦିନକୁ ଦିନ ଚୀନ ଓ ପାକିସ୍ତାନ ସହ ସମ୍ପର୍କ ବିଗୁଡୁଥିବା ବେଳେ ଭାରତ ଏବେ ଶକ୍ତି ବୃଦ୍ଧି କରିବାରେ ଲାଗିଛି । ଗତ କିଛି ଦିନ ଧରି ଭାରତୀୟ ସେନାକୁ ସୁଦୃଢ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ଜୋର ଲଗାଇଛି ।

ଅନ୍ୟପଟେ ଆଜିର ଏହି ଉତ୍ସବରେ ଉଦ୍‌ବୋଧନ ଦେଇ ନୌସେନା ମୁଖ୍ୟ ଆଡ୍‌ମିରାଲ୍‌ କରମବୀର ସିଂହ କହିଲେ, ଗତ ୭ ବର୍ଷରୁ ଊର୍ଦ୍ଧ୍ୱ ହେବ ଭାରତୀୟ ନୌସେନା ପ୍ରତିରକ୍ଷା କ୍ଷେତ୍ରରେ ଭାରତୀୟ କରଣ ଏବଂ ଆତ୍ମନିର୍ଭରତାର ଦୃଢ଼ ସମର୍ଥକ ହୋଇ ଆସିଛି । ସମ୍ପ୍ରତି, ଠିକ୍‌ ଭାବେ ଚାଲିଥିବା ୪୨ଟି ଜାହାଜ ଓ ବୁଡ଼ାଜାହାଜରୁ ୪୦ଟି ଭାରତୀୟ ‘ସିପ୍‌ୟାର୍ଡ’ରେ ନିର୍ମିତ ।

Leave a Reply