spot_img

Latest Posts

ସୋମାଲିଆରେ ଜାହାଜ ହାଇଜ୍ୟାକ୍ ; ଭାରତୀୟଙ୍କୁ ରେସ୍କ୍ୟୁ ପାଇଁ ବାହରିଲା INS ଚେନ୍ନାଇ

ନୂଆଦିଲ୍ଲୀ: ସୋମାଲିଆ ଉପକୂଳରୁ ‘ଏମଭି ଲିଲା ନରଫୋକ’ ନାମକ ଜାହାଜ ଅପହରଣ କରାଯାଇଛି । ଗତକାଲି ଜାହଜକୁ ଅପହରଣ କରାଯାଇଥିଲା । ଅପହରଣ ହୋଇଥିବା ଜାହାଜର କ୍ରୁ ସଦସ୍ୟମାନଙ୍କ ମଧ୍ୟରେ ୧୫ ଜଣ ଭାରତୀୟ ନାଗରିକ ଅଛନ୍ତି ବୋଲି ଜଣା ପଡିଛି । ଏବେ ଭାରତୀୟ ନୌସେନା ସ୍ଥିତି ଉପରେ ନଜର ରଖିଛି । ଅନ୍ୟ ପଟେ ଜାହଜକୁ ସୁରକ୍ଷିତ ଫେରାଇ ଆଣିବାକୁ ଭାରତୀୟ ନୌସେନାର ଅପରେସନ ଆରମ୍ଭ ହୋଇଛି ।

ସୂଚନା ଅନୁସାରେ, ଅପହରଣ କରାଯାଇଥିବା ଜାହାଜ ଏମଭି ଲୀଲା ନରଫୋକରେ ଲାଇବେରିଆ ପତାକା ଲାଗିଛି। ଅପହୃତ ଜାହାଜ ଉପରେ ନଜର ରଖିବା ପାଇଁ ନୌସେନା ତା’ର ବିମାନ ନିୟୋଜିତ କରିଛି। ଜାହାଜର କର୍ମଚାରୀମାନଙ୍କ ସହିତ ଯୋଗାଯୋଗ ମଧ୍ୟ ସ୍ଥାପିତ ହୋଇଛି। ଏଥିସହ ନୌସେନା ନିଜ ଯୁଦ୍ଧ ଜାହାଜ ଆଇଏନଏସ ଚେନ୍ନାଇକୁ ଅପହରଣ ହୋଇଥିବା ଜାହାଜ ଆଡ଼କୁ ପଠାଇଛି। ତେବେ ଏହି ଜାହାଜକୁ ଜଳଦସ୍ୟୁ ନା ଅନ୍ୟ କେଉଁ ସଂଗଠନ ଅପହରଣ କରିଛି ବର୍ତ୍ତମାନସୁଦ୍ଧା ତାହା ସ୍ପଷ୍ଟ ହୋଇନାହିଁ।

Latest Posts

Don't Miss