ଭଉଣୀକୁ ସିଟ୍‌ ମିିଳିଲାନି ବୋଲି ବସ୍‌ ଆଗରେ ଶୋଇପଡ଼ିଲା ଭାଇ

1 min read

ଭଦ୍ରକ: ବସ୍‌ ଆଗରେ ଭଉଣୀ ପାଇଁ ଭାଇର ଅଭିନବ ପ୍ରତିବାଦ  । ବସ୍‌ ମଧ୍ୟରେ ଅସୁସ୍ଥ ଭଉଣୀକୁ ସିଟ୍ ନବିଳିବାରୁ ଭାଇ କରିଛି ବସ୍‌ ରୋକ । ମୋ ଅସୁସ୍ଥ ଭଉଣୀକୁ ସିଟ୍‌ ଦେଲନି କହି ଭାଇ ଶୋଇପଡିଲା ବସ୍‌ ସାମ୍ନାରେ ।  ଏଭଳି ଘଟଣା ଭଦ୍ରକ ଜିଲ୍ଲା ଇଚ୍ଛାପୁର ଠାରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଚାନ୍ଦବାଲିରୁ ଏକ ଘରୋଇ ବସ୍‌ ଯୋଗେ ଭାଇଭଉଣୀ ଦୁଇ ଜଣ ଭଦ୍ରକ ଇଛାପୁରକୁ ଆସିଥିଲେ । ଵସ୍‌କୁ ଚଢ଼ିବା ପୂର୍ବରୁ ଭଉଣୀର ଦେହ ଅସୁସ୍ଥ ଅଛି ଏବଂ ମୋର ସିଟ୍‌ ଦରକାର ବୋଲି କଣ୍ଡକ୍ଟରଙ୍କୁ ଭାଇ ଜଣାଇଥିଲେ । କଣ୍ଡକ୍ଟର ମଧ୍ୟ ସିଟି୍‌ ଅଛି ବୋଲି କହି ବସ୍‌ ମଧ୍ୟକୁ ଦୁଇଜଣଙ୍କୁ ଚଢ଼ାଇଥିଲେ । କିନ୍ତୁ ବସ୍‌ ଭିତର ପରିସ୍ଥିତି ଥିଲା ସମ୍ପୁର୍ଣ୍ଣ ଅଲଗା । କୌଣସି ସିଟ୍‌ ବି ଫାଙ୍କା ନଥିଲା, ଫଳରେ ବସିବାକୁ ନପାଇ ଅଧିକ ଅସୁସ୍ଥ ଅନୁଭବ କରିଥିଲେ ଯୁବତୀ  ।

ଯେଉଁଥିପାଇଁ ଚାନ୍ଦବାଲିରୁ ଭଦ୍ରକର ଇଛାପୁରକୁ ଆସିବା ସମୟରେ ଦୁଇଥର ବେହୋସ ହୋଇପଡ଼ିଥିଲେ, ଏହା ସହିନପରି  ଇଛାପୁର ଛକରେ ଵସ୍‌ରୁ ଓହ୍ଲାଇ ପ୍ରତିବାଦ କରିଥିଲେ ଭାଇ । ଫଳରେ ଵସ୍‌ଟିରେ ଥିବା ଯାତ୍ରୀ ହନ୍ତସନ୍ତ ହେବା ସହ ଯାତାୟାତରେ ଵାଧା ସୃଷ୍ଟି ହୋଇଥିଲା । ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିବାପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା l ')}

Leave a Reply