5T ସଚିବ ଭି.କେ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼, ଘଟଣାକୁ ସବୁଠି ନିନ୍ଦା

1 min read

ପୁରୀ: 5T ସଚିବ ଭି.କେ ପାଣ୍ଡିଆନଙ୍କ ସତ୍ୟବାଦୀ ଗସ୍ତ ସମୟରେ ତାଙ୍କ ଉପରେ ଭାସ୍କର ସାହୁ ନାମକ ଜଣେ ଦୁର୍ବୃତ୍ତ କାଳିମାଡ଼ କରିଛି । ଭାସ୍କର ସାହୁ ନାମକ ଏହି ଯୁବକ ରାଜନୈତିକ ଦଳ ଦ୍ବାରା ପରିଚାଳିତ ହୋଇ ଏଭଳି କରିଥିବା ଜଣାପଡ଼ିଛି । କାଳିମାଡ଼ ପରେ ସେଠାରେ ଉପସ୍ଥିତ ଥିବା ସାଧାରଣ ଲୋକ ଅଭିଯୁକ୍ତକୁ ନିଜ ଅକ୍ତିଆରକୁ ନେବା ପୂର୍ବରୁ ପୋଲିସ ତାକୁ ଗିରଫ କରିନେଇଛି  ।

ପୋଲିସ ଏହା ନକରିଥିଲେ ସେଠାରେ ଥିବା ଉତ୍ତ୍ୟକ୍ତ ଲୋକ ଆଇନକୁ ହାତକୁ ନେଇ କଣ ନାଇଁ କଣ ପରିସ୍ଥିତି କରିଥାନ୍ତେ  । ରାଜ୍ୟରେ ବିକାଶମୂଳକ କାମକୁ ବିରୋଧୀ ସହ୍ୟକରିପାରୁନାହାନ୍ତି  । ଅସହିଷ୍ଣୁ ହୋଇ ଏଭଳି ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ସ୍ଥାନୀୟ ଲୋକ କହିଛନ୍ତି । କାଳିମାଡ଼ ସତ୍ତ୍ବେ ଭିକେ ପାଣ୍ଡିଆନ ହସହସ ମୁହଁରେ ଲୋକଙ୍କ ସହ ମିଶିବା ସହ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ  ।

ଏହା ବିରୋଧୀଙ୍କ ମୁହଁରେ ଶକ୍ତ ଚାପୁଡ଼ା ବୋଲି ମଧ୍ୟ କୁହାଯାଉଛି  । ଯିଏ ବିକାଶ କାମରେ ବାହାରିଛି ତା ପାଇଁ ଏସବୁର କିଛି ଅର୍ଥ ନଥାଏ । ଫାଇଭ-ଟି ସଚିବ ଆଜି ପ୍ରମାଣିତ କରିଦେଇଛନ୍ତି, ଅଣ୍ଡାମାଡ କର, କଳାପତାକା ଦେଖାଅ କି କାଳିମାଡ଼ କର ।

ଲୋକଙ୍କ କାମ କରିବ ଲୋକାଭିମୂଖୀ ସରକାର ଆଉ ଜନତାଙ୍କ ପାଖରେ ପହଞ୍ଚିବ ଉତ୍ତରଦାୟୀ ପ୍ରଶାସନ । କାହିଁକି ନା ଓଡ଼ିଶାବାସୀଙ୍କ ସେବା କରିବାର ସଂକଳ୍ପ ନେଇଛି ମୋ ସରକାର । ଯେତେବେଳେ ଭଲ କାମ ହୁଏ, ଲୋକଙ୍କ ବିକାଶ ହୁଏ ସେତେବେଳେ ଅନେକ ବିକାଶ ବିରୋଧୀଙ୍କ ଅସହିଷ୍ଣୁତା ଶୀର୍ଷରେ ପହଞ୍ଚିଥାଏ । ଯାହାକି ପୁରୀ ଜିଲ୍ଲା ସତ୍ୟବାଦୀରେ ପରିଲକ୍ଷିତ ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଲୋକଙ୍କଠାରୁ ଅଭିଯୋଗ ଶୁଣିବାକୁ ସତ୍ୟବାଦୀରେ ପହଞ୍ଚିଥିଲେ 5T ସଚିବ ଭି.କେ. ପାଣ୍ଡିଆନ  । ଏହି ସମୟରେ ଯୋଜନାମୁତାବକ 5T ସଚିବଙ୍କ ଉପରକୁ କାଳିମାଡ଼ କରିଥିଲେ ବିକାଶ ବିରୋଧୀ  । ଲୋକଙ୍କ ଭିତରେ ଲୁଚି ରହି ଖାଲି 5T ସଚିବ ନୁହଁନ୍ତି ପୁରୀ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ବି କାଳିମାଡ଼ କରିଥିଲେ  । ହେଲେ ବିକାଶକୁ ପ୍ରତିରୋଧ କରିବାର ହୀନ ଉଦ୍ୟମ ଅଟକାଇପାରିନଥିଲା 5T ସଚିବଙ୍କ ପ୍ରଗତିର ପାଦକୁ । କାଳିମାଡ଼ ପରେ ବି ନା ସେ ଅଟକିଥିଲେ ନା ପଛଘୁଞ୍ଚା ଦେଇଥିଲେ  ।

କାଳିବୋଳା ମୁହଁରେ ବି କର୍ତ୍ତବ୍ୟ ସଂପାଦନ କରିବାକୁ ଆଗେଇ ଯାଇଥିଲେ ଲୋକଙ୍କ ପାଖକୁ । ଜନତାଙ୍କ ସହିତ ହାତ ମିଳାଇ ହସହସ ମୁହଁରେ ସମସ୍ୟା ଶୁଣିଥିଲେ  । ଏହି ସମୟରେ ସ୍ଥାନୀୟ ଲୋକ ସ୍ନେହରେ 5T  ସଚିବଙ୍କ ମୁହଁରୁ  ନିଜ କାନିରେ କାଳି ପୋଛିଦେବାକୁ ଆଗେଇ ଆସିଥିଲେ  । ଯାହାକି ପ୍ରମାଣିତ କରିଥିଲା 5T ସଚିବଙ୍କ ପ୍ରତି ଲୋକଙ୍କର କେତେ ବିଶ୍ବାସ ଓ ଭରସା ରହିଛି  । ହେଲେ ବିକାଶ ବିରୋଧୀଙ୍କର ଏଭଳି ହୀନ ଆଚରଣକୁ ସାରା ରାଜ୍ୟରେ ନିନ୍ଦା କରାଯାଉଛି ।