ସେମିଫାଇନାଲ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଆହତ ହେଲେ ଅଧିନାୟକ ରୋହିତ ଶର୍ମା
1 min read
ଆଡିଲେଡ: ଟି-୨୦ ବିଶ୍ୱକପ ସେମିଫାଇନାଲ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା । ଅଭ୍ୟାସ ସମୟରେ ଆହତ ହୋଇଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା । ପ୍ରାକ୍ଟିସ ମ୍ୟାଚ୍ ବେଳେ ରୋହିତଙ୍କ ଡାହାଣ ହାତରେ ଆଘାତ ଲାଗିଛି । ତାଙ୍କ ହାତରେ ବରଫ ପ୍ୟାକ୍ ଦିଆଯାଇଛି । ତେବେ ରୋହିତ କେତେ ଗୁରୁତର ହୋଇଛନ୍ତି ସେ ନେଇ ବିସିସିଆଇ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଆହତ ହେବାର କିଛି ସମୟ ପରେ ରୋହିତ ପୁଣି ଅଭ୍ୟାସ କରୁଥିବା ଦେଖାଯାଇଛି ।
ସୂଚନା ଅନୁସାରେ ଆସନ୍ତା ଗୁରୁବାର ଆଡେଲିଡରେ ଟି-୨୦ ମେସିଫାଇନାଲ ମ୍ୟାଚରେ ଭାରତ-ଇଂଲଣ୍ଡ ମୁହାଁମୁହିଁ ହେବେ । ସୁପର ୧୨ର ଗ୍ରୁପ-୧ରୁ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ସେମିଫାଇନାଲରେ ପହଞ୍ଚିଥିବା ବେଳେ ଗ୍ରୁପ୍-୨ରୁ ଭାରତ-ପାକିସ୍ତାନ ସେମିରେ ପହଞ୍ଚିଛନ୍ତି । ପ୍ରଥମ ସେମିଫାଇନାଲ ମ୍ୟାଚ୍ ଆସନ୍ତାକାଲି ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ।