ରାତି ଅଧରେ ଅଧା ରାସ୍ତାରେ ହାତ ଛାଡ଼ି ଚାଲିଗଲା ପୁଅ: ପାଛୋଟି ନେଲେ ସ୍ୱେଚ୍ଛାସେବୀ

ଅନୁଗୁଳ: ଅସୁସ୍ଥ ବୃଦ୍ଧା ମାଆକୁ ହତାଦର କଲା ପୁଅ । ମେଡିକାଲରୁ ଘରକୁ ଯିବା ବାଟରେ ଅଧା ରାସ୍ତାରେ ମାଆକୁ ଛାଡ଼ି ଚାଲିଗଲା  ପୁଅ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳରେ । ମିଳିଥିବା ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ରେଙ୍ଗାଳି ଅଂଚଳର ଜଣେ ବୃଦ୍ଧା ଗତ କିଛିଦିନ ହେଲା ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଗତକାଲି ସନ୍ଧ୍ୟାରେ ତାଙ୍କୁ ମେଡିକାଳରୁ ଡିସଚାର୍ଜ କରାଯାଇଥିଲା । ତାଙ୍କ ପୁଅ ତାଙ୍କୁ ମେଡିକାଲରୁ ନେଇ ଯାଇଥିଲେ । ହେଲେ ପୁଅ ନିଜ ମାନବିକତା ସହ ଭୁଲି ଗଲେ ମାଆର ମମତା । ବୋଝ ଭାବି ଅଧା ବାଟରେ ମାଆକୁ ଛାଡି ଚାଲିଗଲା । ଏକୁଟିଆ ବୃଦ୍ଧା ମାଆ ରାସ୍ତା କଡ଼ରେ ପଡି ରହିଥିଲା । ଏଭଳି ରାସ୍ତା କଡ଼ରେ ପଡିଥିବା ନଜର ପଡିଥିଲା କିଛି ସ୍ୱେଚ୍ଛାସେବୀଙ୍କର । ସେମାନେ ତୁରନ୍ତ ବୃଦ୍ଧା ଜଣଙ୍କୁ ଉଦ୍ଧାର କରି ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଏହାପରେ ତାଙ୍କୁ ବୃଦ୍ଧାଶ୍ରମ ରେ ରଖିବେ ବୋଲି ସ୍ୱେଚ୍ଛାସେବୀ କହିଛନ୍ତି ।

Leave a Reply