ହାତୀଙ୍କୁ ସୁରକ୍ଷା କରିବ ଇନଫ୍ରା ରେଞ୍ଜ ଯନ୍ତ୍ର, ଲୋକଙ୍କୁ ଆଗୁଆ ମିଳିବ ସଂକେତ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ହାତୀ ସୁରକ୍ଷା ଚିନ୍ତା । ଆଉ ହାତୀ ପଲକୁ ନେଇ ଭୟ ରହିବ ନାହିଁ । ହାତୀ ଆସିବା ମାତ୍ରେ ପୂର୍ବରୁ ମିଳିବ ସଂକେତ । ଟ୍ରେନ୍‌ କି ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ହ୍ରାସ ପାଇବ । କାରଣ ହାତୀ ମାନଙ୍କ ପାଇଁ କରାଯିବ ନୂଆ ଅଭୟାରଣ୍ୟ । ଅଭୟାରଣ୍ୟର ରହୁଥିବା ହାତୀମାନଙ୍କ ବେକରେ ଲାଗିବ ଇନଫ୍ରା ରେଞ୍ଜ ଯନ୍ତ୍ର । ଏନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ସୂଚନା ଅନୁଯାୟୀ, ହାତୀକୁ ନେଇ ଅନେକ ସୟମୟର ଭିନ୍ନ ଭିନ୍ନ ପରିସ୍ଥିତି ଦେଖା ଦେଇଛି । କେତେବେଳେ ହାତୀ ମଣିଷ ମୁହାଁମୁହିଁ ହୋଇଛନ୍ତି ତ ଆଉ  କେତେବେଳେ ଟ୍ରେନରେ କଟି ହାତୀଙ୍କ ମୃତ୍ୟୁ ହେଉଛି । କିନ୍ତୁ ଏବେ ଆଉ ଏସବୁ ଅସୁବିଧା ହେବ ନାହିଁ । କାରଣ ରାଜ୍ୟରେ ହାତୀ ସୁରକ୍ଷା ପାଇଁ ସରକାର ଏକ ନୂଆ ଉଦ୍ୟମ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଓ କନ୍ଧମାଳର ମଧ୍ୟବର୍ତ୍ତୀ ଅଞ୍ଚଳରେ ହାତୀ ଅଭୟାରଣ୍ୟ କରାଯିବାକୁ ସରକାର ଯୋଜନା କରିଛନ୍ତି । ଦୂରରୁ ହାତୀର ଶବ୍ଦ ଶୁଣି ଲୋକଙ୍କୁ ସତର୍କ କରାଯିବା ଲାଗି ବ୍ୟବସ୍ଥା ମଧ୍ୟ କରାଯିବ ।

ହାତୀ ଶବ୍ଦ ଶୁଣିପାରିବା ଲାଗି ନୂତନ ଇନଫ୍ରା ରେଞ୍ଜ ଯନ୍ତ୍ର ପ୍ରସ୍ତୁତ କରାଯିବ । ସୁରକ୍ଷାରେ ଟେକ୍ନୋଲୋଜି ବ୍ୟବହାର ପାଇଁ ଆଇଆଇଟି ଭୁବନେଶ୍ୱର ସହ ଆଲୋଚନା କରାଯାଇଛି । ଜଙ୍ଗଲରେ ହାତୀଙ୍କ ବେକରେ ରେଡିଓ କଲାର ଲଗାଯିବ ବୋଲି ଚିଫ ୱାଇଲ୍ଡ ଲାଇଫ ୱାର୍ଡେନ ହରିଶଙ୍କର ଉପାଧ୍ୟାୟ ସୂଚନା ଦେଇଛନ୍ତି ।

Leave a Reply