NCERT ଦେଲା ଗୁରୁ ଦାୟିତ୍ବ , ପିଲାଙ୍କ ସିଲାବସ ତିଆରି କରିବେ ସୁଧା ମୂର୍ତ୍ତି

1 min read

ନୂଆଦିଲ୍ଲୀ: ପିଲାଙ୍କ ସିଲାବସ ତିଆରି କରିବେ ଦେଶର ଜଣାଶୁଣା ଲେଖିକା ତଥା ଇନଫୋସିସର ପ୍ରତିଷ୍ଠାତା ନାରାୟଣ ମୂତ୍ତିଙ୍କ ପତ୍ନୀ ସୁଧା ମୂର୍ତ୍ତି । NCERT ପ୍ୟାନେଲ ପକ୍ଷରୁ ତାଙ୍କ ନାମକୁ ଅନ୍ତଭୂକ୍ତ କରାଯାଇଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ NCERT କମିଟିରେ ସୁଧାଙ୍କ ନାମ ରହିଛି । ବିଦ୍ୟାଳୟ ସିଲାବସରେ ସଂଶୋଧନ ଏବଂ ନିଆ ସିଲାବସ ତିଆରି କରିବ ଏହି କମିଟି । ଏହି ପ୍ୟାନେଲରେ ପ୍ରଧାନମନ୍ତ୍ରୀଙ୍କ ଅଥର୍ନୈତିକ ପରାମର୍ଶଦାତା ପରିଷଦର ସଭାପତି ବିବେକ ଦେବରାୟ, ଉପଦେଷ୍ଟା କିମଟିର ସଦସ୍ୟ ସଞ୍ଜୀବ ସାନ୍ୟାଲ, ଆରଏସଏସ ବିଚାରକ ଚାମୁ କୃଷ୍ଣା ଶାସ୍ତ୍ରୀ ଏବଂ ଗାୟକ ତଥା ମ୍ୟୁଜିକ କମ୍ପୋଜର ମହାଦେବନ ପ୍ରମୁଖ ସାମିଲ ଅଛନ୍ତି ।

ପିଲାଙ୍କ ସିଲାବସ ତିଆରି କରିବା ଏବଂ ସଂଶୋଧନ କରିବା ପାଇଁ ୧୯ ଜଣିଆଁ କମିଟି ଗଠନ କରାଯାଇଛି । ନ୍ୟାସନାଲ ସ୍କୁଲ ଅଫ ଏଜୁକେସନ ପ୍ଲାନିଂ ଆଣ୍ଡ ଆଡ଼ମିନଷ୍ଟେସନର କୁଳପତି ମହେଶଚନ୍ଦ୍ର ପନ୍ଥ ଏହି କମିଟିର ସଭାପତି ରହିଛନ୍ତି ।
ସୂଚନାଯୋଗ୍ୟ, ସରକାର ୨୦୨୪-୨୫ ଶିକ୍ଷାବର୍ଷରେ ନୂଆା ସିଲାବସ ଏବଂ ପୁସ୍ତକ ଆଣିବା ପାଇଁ ଚିନ୍ତା କରୁଛନ୍ତି । ତୃତୀୟରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏହି ନୂତନ ନିୟମ ଆଣିବାକୁ ଯୋଜନା କରି ନୂଆ କମିଟି ଗଠନ କରିଛନ୍ତି । ଶିକ୍ଷା କ୍ଷେତ୍ରରେ ବିକାଶ ଆଣିବା ଏହାର ମୁଖ୍ୟ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର ।