ପୋଲିସ ଜାଲରେ ହାଇପ୍ରୋଫାଇଲ ଦମ୍ପତ୍ତି, ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ପୁଅ ବୋହୂ କହି ଲୁଟୁଥିଲେ ଟଙ୍କା
ଭୁବନେଶ୍ବର: ହାଇପ୍ରୋଫାଇଲ ଦମ୍ପତ୍ତିଙ୍କ ହାଇପ୍ରୋଫାଇଲ ଡ୍ରାମା । ପ୍ରଧାନମନ୍ତ୍ରୀଙ୍କ ନାଁ ନେଇ କରୁଥିଲେ କଳା କାରନାମା । କୋଟି କୋଟି ଟଙ୍କା ଚୂନ ଲଗାଇ ମେଣ୍ଟେନ କରୁଥିଲେ ଲକଜୁରୀ ଲାଇଫଷ୍ଟାଇଲ । ଚୂନା ଲଗାଇବା ପାଇଁ ବ୍ୟବହାର କରୁଥିଲେ ବିଭିନ୍ନ ଉପାୟ । ନିଜର ପତିଆରା ଦେଖେଇବା ପାଇଁ ହାଇପ୍ରୋଫାଇଲ ଲୋକଙ୍କ ସହ ଫଟୋ ଏଡିଟ କରି ଲୋକଙ୍କୁ ଭୁଆଁ ବୁଲାଉଥିଲେ । ନିଜକୁ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ପୁଅ ବୋହୂ କହି ଲୋକଙ୍କ ବୋକା ବନାଉଥିଲେ ।
ଭୁବନେଶ୍ବର ଇନଫୋସିଟି ପୋଲିସ ଜାଲରେ ପଡିଛନ୍ତି ହାଇପ୍ରୋଫାଇଲ ଠକ ଦମ୍ପତ୍ତି । ଗିରଫ ଅଭିଯୁକ୍ତ ହେଲେ ହଂସିତା ଅଭିଲିପ୍ସା ଓ ଅନିଲ ମହାନ୍ତି । ନିଜକୁ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ପୁଅ ବୋହୂ କହି ଲୋକଙ୍କୁ ଭୁଆଁ ବୋଲାଉଥିଲେ । ଟେଣ୍ଡର କରେଇଦେବେ, କର୍ପୋରେଟ ସେକ୍ଟରରେ କାମ କରେଇ ଦେବେ କହି ଠକୁଥିଲେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କୌଣସି କାମ ଥିଲେ ବି ଆରାମରେ ହୋଇଯିବ ବୋଲି କହି ମୋଟା ଅଙ୍କର ପଇସା ନେଉଥିଲେ । ପଟିଆରେ ଅଫିସ ଖୋଲି ଖଣି ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ବିଲଡର ସମସ୍ତଙ୍କୁ ଲୁଟୁଥିଲେ । ଏପରିକି ହାଇପ୍ରୋଫାଇଲ ଲୋକଙ୍କ ସହ ଫଟୋ ଏଡିଟ କରି ଲୋକଙ୍କୁ ଚୁନା ଲଗାଉଥିଲେ । କୋଟି କୋଟି ଟଙ୍କା ଚୂନ ଲଗାଇ ହାଇପ୍ରୋଫାଇଲ ଲାଇଫ ମେଣ୍ଟନ କରୁଥିଲେ। ଇନ୍ଫୋସିଟି ଥାନା ଅଧିନ ଏକ ଦାମୀ ଆପାର୍ଟମେଣ୍ଟରେ ରହୁଥିଲେ । ଯାହାକୁ ନେଇ ଏକାଧିକ ଅଭିଯୋଗ ଆସିବା ପରେ ଏହି ଜାଲିଆ ସ୍ୱାମୀ ସ୍ତ୍ରୀଙ୍କୁ ଗିରଫ କରିଛି ଇନଫୋସିଟି ଥାନା ପୋଲିସ ।