ସପନା ଗିଲ୍ କିଏ ? ଯିଏ ପୃଥ୍ୱୀଙ୍କ ସହ ମାରପିଟ୍ ଅଭିଯୋଗରେ ଗିରଫ ହୋଇଛନ୍ତି

1 min read

ମୁମ୍ବାଇ: ଭାରତୀୟ ଟିମର ଷ୍ଟାର କ୍ରିକେଟର ପୃଥ୍ୱୀ ଶ’ ଏବେ ଚର୍ଚ୍ଚାରେ। ସେଲଫି ପାଇଁ ମନା କରିବାରୁ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ମୁମ୍ବାଇର ଏକ କ୍ଲବରେ ତାଙ୍କୁ ମାରପିଟ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ସପନା ଗିଲଙ୍କୁ ଗିରଫ କରିଥିଲା ପୋଲିସ। ଦୁଇ ପକ୍ଷ ପରସ୍ପର ବିରୋଧରେ ଭିନ୍ନଭିନ୍ନ ଅଭିଯୋଗ ଲଗାଇଛନ୍ତି। ଆସନ୍ତୁ ଜାଣିବା କିଏ ଏହି ସପନା ଗିଲ୍ ଓ କ’ଣ ଥିଲା ପୂରା ଘଟଣା…

ସପନା ଗିଲ ହେଉଛନ୍ତି ବ୍ଲଗର ତଥା ୟୁଟ୍ୟୁବର। ମୁମ୍ବାଇର ଏକ ହୋଟେଲରୁ ପୃଥ୍ବୀ ସ’ ଫେରୁଥିବା ବେଳେ ସେଲଫି ନେବାକୁ ୨ ଜଣ ଆସିଥିଲେ। ଏହାପରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ମଧ୍ୟ ସେଲଫି ନେବାକୁ କହିଥିଲେ ।

ହେଲେ ପୃଥ୍ୱୀ ସ ସେଲଫି ନେବାକୁ ମନା କରି ଦେଇଥିଲେ । ତୁରନ୍ତ ଲୋକଙ୍କୁ ହଟାଇବାକୁ ହୋଟେଲର ସିକ୍ୟୁରିଟି ଗାର୍ଡଙ୍କୁ କହିଥିଲେ । ହେଲେ କିଛି ସମୟ ପରେ ପୃଥ୍ବୀ ସ ହୋଟେଲରୁ ବାହାରିବା ପରେ ତାଙ୍କୁ ଓ ତାଙ୍କ ବନ୍ଧୁ ସୁରେନ୍ଦ୍ର ଯାଦବଙ୍କୁ ଆକ୍ରମଣ ହୋଇଥିଲା । ଅଭିଯୁକ୍ତମାନେ ତାଙ୍କ କାରକୁ ଭଙ୍ଗାରୁଜା କରିବା ସହ ଧମକ ଦେଇଥିଲେ। ଆକ୍ରମଣକାରୀ ବେସବଲ୍ ଷ୍ଟିକ୍ ଜରିଆରେ ଆକ୍ରମଣ କରିଥିଲେ। ଯାହାର ଏକ ଭିଡ଼ିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ସପନାଙ୍କ ସାଙ୍ଗ ଭିଡ଼ିଓ ଉତ୍ତୋଳନ କରିଥିବା ଜଣାପଡିଛି। ଭିଡ଼ିଓରେ ସପନା କହୁଛନ୍ତି- ସେ କ୍ରିକେଟର ବୋଲି କ’ଣ ଯାହା ଇଚ୍ଛା ତାହା କରିବେ? ଆମ ଉପରକୁ ହାତ ଉଠାଇବେ…

ସପନା ଗିଲ୍ ଓ ଶୋଭିତ ଠାକୁର ନାମକ ଦୁଇ ଫ୍ୟାନ୍ସ ହୋଟେଲରେ  ପୃଥ୍ୱୀଙ୍କ ସହ ସେଲଫି ନେଇଥିଲେ। କିଛି ସମୟ ପରେ ଦୁହିଁଙ୍କ ସହ ଆଉ କିଛି ପିଲା ସେଲଫି ନେବାକୁ ଆସିଥିଲେ । ହେଲେ ଏଥର ମନା କରିଥିଲେ ପୃଥ୍ୱୀ । କିନ୍ତୁ ସେଠାରୁ ନଯିବାରୁ ହୋଟେଲ ମ୍ୟାନେଜରଙ୍କୁ ଡାକିଥିଲେ ଏହି ଷ୍ଟାର କ୍ରିକେଟର୍ । ପରେ ହୋଟେଲ କର୍ମଚାରୀ ସେମାନଙ୍କୁ ବାହାରି ଯିବାକୁ କହିଥିବା ନେଇ ପ୍ରକାଶ କରିଛନ୍ତି ପୃଥ୍ୱୀଙ୍କ ଓକିଲ।

ତେବେ ହୋଟେଲ୍ ରୁ ବାହାରିବା ପରେ ସପନା ଓ ସାଙ୍ଗମାନେ ପୃଥ୍ୱୀଙ୍କ କାର୍ ଭଙ୍ଗାରୁଜା କରିଥିଲେ । ଏହି ଘଟଣାରେ ପୋଲିସ ସପନାଙ୍କୁ ଗିରଫ କରିଥିଲା । ଖୁବଶୀଘ୍ର ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି ପୋଲିସର ସୂଚନା ।