କରୋନା ପାଇଁ ବାରୁଣୀ ବୁଡ଼ରେ ପ୍ରଭାବ, ବନ୍ଦ ହେଲା ବାରୁଣୀ ସ୍ନ।ନ

ଯାଜପୁର: ବାରୁଣୀ ବୁଡ଼ରେ କରୋନା ପ୍ରଭାବ । ବନ୍ଦ ହେଲା ବାରୁଣୀ ସ୍ନ।ନ । ପ୍ରତିବର୍ଷ ଯାଜପୁର ଜିଲ୍ଲାର ଦଶାଶ୍ୱମେଧ ଘାଟରେ ବାରୁଣୀ ବୁଡ଼ ଅନୁଷ୍ଠିତ ହୋଇଥାଏ । ଆଜି ବାରୁଣୀ ସ୍ନ।ନ ଯୋଗ ରହିଥିଲା ।
ଚଳିତ ବର୍ଷ କରୋନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ୧୪୪ ଧାରା ବଳବତ୍ତର ରହିଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବ୍ୟାପକ ପୋଲିସ ମଧ୍ୟ ମୁତୟନ କରାଯାଇଛି । ଜିଲ୍ଲାପାଳଙ୍କ ସମେତ ପ୍ରଶାସନିକ ଅଧିକାରୀ ବାରୁଣୀ ଘାଟ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିଥିଲେ । ବୁଡକୁ ନଆସିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ନିବେଦନ କରିଛନ୍ତି । ଏହାକୁ ପଣ୍ଡା ପୁରୋହିତମାନେ ମଧ୍ୟ ସମର୍ଥନ କରିଛନ୍ତି ।