ଲକ୍‌ଡାଉନ୍‌ ପରେ କାର୍ଯ୍ୟକ୍ଷମ ହେବ ଶିଳ୍ପାନୁଷ୍ଠାନ: ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ କାର୍ଯ୍ୟ

ଭୁବନେଶ୍ୱର: କରୋନା ମୁକାବିଲା ଲାଗି ସାରା ଦେଶରେ ଲାଗୁ ହୋଇଛି ଲକ୍‌ଡାଉନ୍‌ । ଠପ୍‌ ହୋଇଯାଇଛି ଆର୍ଥକ କାରବାର । ଦୋହଲି ଯାଇଛି ଦେଶର ଆର୍ଥିକ ମେରୁଦଣ୍ଡ । ଏଭଳି ପରିସ୍ଥିତିରେ ସ୍ଥିତି ସ୍ୱାଭାବିକ କରିବାକୁ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ଲକ୍‌ଡାଉନ୍‌ ପରେ ଶିଳ୍ପାନୁଷ୍ଠାନ ଖୋଲିବାକୁ ଗାଇଡ୍‌ଲାଇନ୍ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର । ଗାଇଡଲାଇନ୍‌ରେ ଲକ୍‌ଡାଉନ୍‌ ପରର ପ୍ରଥମ ସପ୍ତାହରେ ପରୀକ୍ଷାମୂଳକ ଭାବେ ଉତ୍ପାଦ ଶିଳ୍ପ ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି । ସମସ୍ତ ନିରାପତ୍ତା ନିୟମ ସହ ଅଧିକ ଉତ୍ପାଦନ ଟାର୍ଗେଟ ନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶିଳ୍ପାନୁଷ୍ଠାନରେ ଖୋଲା ଥିବା ଷ୍ଟୋରେଜ୍‌ ଭେସେଲ୍‌, କଣ୍ଟେନର ଯାଞ୍ଚ ନିର୍ଦ୍ଦେଶ । ସାଇତା ହୋଇଥିବା ବିଷାକ୍ତ ରାସାୟନିକ ପଦାର୍ଥ ସ୍ଥାନକୁ ସୁରକ୍ଷିତ ରଖ । ଉକ୍ତ ଅଞ୍ଚଳକୁ ପ୍ରବେଶ ପାଇଁ ଭେଣ୍ଟିଲେସନ୍‌, ଉପଯୁକ୍ତ ଆଲୋକ ବ୍ୟବସ୍ଥା କର । କୌଣସି ଗନ୍ଧ, ଧୂଆଁ ବାହାରିଲେ କିମ୍ୱା ବିଦ୍ୟୁତ ତାର ଛିଡ଼ିଥିଲେ ମରାମତି କର । ପାଇପ୍‌ ଲାଇନ୍‌/ଭାଲ୍‌ବ ସ୍ୱାଭାବିକ କାର୍ଯ୍ୟ କରୁଛି କି ନାହିଁ ନିୟମିତ ଯାଞ୍ଚ କର । କୌଣସି ଅଘଟଣ ନ ଘଟିବା ଦିଗରେ ନ ଘଟିବା ଦିଗରେ ଦୃଷ୍ଟି ଦେବାକୁ ସମ୍ପୃକ୍ତ ସଂସ୍ଥାକୁ ନିର୍ଦ୍ଦେଶ ।

Leave a Reply