ଶିଳ୍ପ ବିହୀନ କେନ୍ଦ୍ରାପଡ଼ାରେ ହେବ ମେଗା ଶିଳ୍ପ କାରଖାନା, ଜମି ଅଧିଗ୍ରହଣ ପାଇଁ ଆଜିଠୁ ଗ୍ରାମସଭା

1 min read

କେନ୍ଦ୍ରାପଡା: ଶିଳ୍ପ ବିହୀନ କେନ୍ଦ୍ରାପଡ଼ାରେ ହେବ ମେଗା ଶିଳ୍ପ କାରଖାନା । ଦେଶର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଗ୍ରାମସଭା । ମହାକାଳପଡା ବ୍ଲକର ପ୍ରସ୍ତାବିତ ତିନୋଟି ପଞ୍ଚାୟତ ଅଞ୍ଚଳରେ ଆଜି ଠାରୁ ତିନିଦିନ ଧରି ଚାଲିବ ଜନଶୁଣାଣି କାର୍ଯ୍ୟକ୍ରମ । ପ୍ରଥମ ଦିନରେ ରାମନଗର ପଞ୍ଚାୟତର ଜନଶୁଣାଣି ଶିବିର ଲୁଣି ମାଠିଆ ଖେଳ ପଡିଆରେ ଅନୁଷ୍ଠିତ ହୋଇଛି । ଏହି ଜନଶୁଣାଣିରେ ରାମନମର ପଞ୍ଚାୟତର ରାମନଗର ଓ ବନବିହାରୀପୁର ମୌଜାର ସ୍ଥିତିବାନ ପଟ୍ଟା ଥିବା ବ୍ୟକ୍ତି ମାନେ ଶିବିରରେ ଭାଗନେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ-ରାଜସ୍ବ, ଜିଲ୍ଲା ବନ ଅଧିକାରୀ , ସ୍ଥାନୀୟ ତହସିଲଦାର , ବିଡିଓ ଏବଂ ଆର୍ସେଲର ମିତ୍ତଲ ଓ ନିପ୍ପନ ଷ୍ଟିଲର ଉଚ୍ଚ ପଦାଧିକାରୀ ଯୋଗଦେଇଛନ୍ତି । ଏମାନଙ୍କ ସହିତ ମହାକାଳପଡା ବ୍ଲକ ଅଧ୍ୟକ୍ଷା, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ଯ ଶୁଣାଣି ଶିବିରରେ ଯୋଗ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିତିବାନ ପଟ୍ଟା ଥିବା ବ୍ୟକ୍ତି ମାନଙ୍କ ପାଇଁ ପାଞ୍ଚ ଗୋଟି ଷ୍ଟଲ କରାଯାଇଛି । ଯେଉଁ ଷ୍ଟଲରେ ସେମାନେ ନାମ ରେଜିଷ୍ଟ୍ରେସନ କରିଛନ୍ତି। ସୁବିଧାରେ ସେମାନେ ସେମାନଙ୍କ ଜମିର ଖାତା ନମ୍ବର ଓ ପ୍ଲଟ ଦେଇ ନାମ ରେଜିଷ୍ଟ୍ରେସନ କରିବା ସହିତ ନିଜ ନିଜର ମତ ରଖିଛନ୍ତି । ଆର୍ସେଲର ମିତ୍ତଲ ଏବଂ ନିପ୍ପନ ଷ୍ଟିଲ ପାଇଁ ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ନିବେଶ ହେବ।