ଗୋରି କନ୍ୟା ପାଇଁ ‘ଶିଳ୍ପପତି’ ଦେଲେ ବିଜ୍ଞାପନ, ଲୋକେ ଧରିଲେ ବଡ଼ ଭୁଲ୍

1 min read

ନୂଆଦିଲ୍ଲୀ: ଦେଶ ବଦଳୁଛି, ଲୋକଙ୍କ ଚିନ୍ତାଧାରା ବଦଳୁଛି । ଜନସାଧାରଣ ପ୍ରଗତିଶୀଳ ହେଉଛନ୍ତି! ତଥାପି, ଦେଶରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନଙ୍କୁ ଆଜି ବି ଗୋରି,  ଘରୋଇ ଏବଂ ପତଳା ସ୍ତ୍ରୀ ଦରକାର । ତେବେ ଏଭଳି ଚିନ୍ତାଧାରା ରଖୁଥିବା ଜଣେ ବ୍ୟକ୍ତିଙ୍କ ବିଷୟରେ ଖବରକାଗଜରୁ ଜାଣିବାକୁ ମିଳିଛି । ଖବରକାଗଜରେ ଜଣେ ବ୍ୟକ୍ତି ବିବାହ ପାଇଁ ବିଜ୍ଞାପନ ଦେଇଛନ୍ତି । ସୋସିଆଲ ମିଡିଆରେ ଏମିତି ଏକ ବିଜ୍ଞାପନ ଖୁବ ଭାଇରାଲ ହୋଇଛି ।ଏହି ବିଜ୍ଞାପନ ଦେଖିବା ପରେ ଲୋକେ ବିଜ୍ଞାପନ ଦେଇଥିବା ସେହି ବ୍ୟକ୍ତିଙ୍କର ମଜା ଉଡାଉଛନ୍ତି ।

ଏହି ବିଜ୍ଞାପନ ଟୁଇଟର ୟୁଜର ନାମକ@suitcaseindian ଦ୍ୱାରା ସେୟାର କରାଯାଇଥିଲା । ସେ କ୍ୟାପସନରେ ଲେଖିଛନ୍ତି, ଶିଳ୍ପପତିଙ୍କୁ କନ୍ୟା ଦରକାର ହେଲେ ତାଙ୍କୁ ସଠିକ୍ ସ୍ପେଲିଂ ଜଣା ନାହିଁ । ବିଜ୍ଞାପନ ଦେଇଥିବା ବ୍ୟକ୍ତି ଧନୀ Affluent ଇଫ୍ଲୁଏଣ୍ଟ ବଦଳରେ Effluent ଛାପିଛନ୍ତି । ଯାହା ପରେ ଟ୍ୱିଟରରେ ଜନସାଧାରଣ ଏହି ଶିଳ୍ପପତିଙ୍କୁ ନେଇ ଖୁବ ପରିହାସ କରିଛନ୍ତି । ଏହି ସ୍ୱତନ୍ତ୍ର ବିବାହ ବିଜ୍ଞାପନର କଟିଙ୍ଗକୁ ଆଇଏଏସ୍ ନିତିନ ସାଙ୍ଗୱାନ ସେୟାର କରିଥିଲେ । ଏହି ବିଜ୍ଞାପନ ସମସ୍ତଙ୍କ ମୁହଁରେ ନିହାତି ଭାବରେ ହସ ଆଣିବ।

‘ଏ’ ସ୍ଥାନରେ ‘ଇ’ ଲାଗିଯିବାରୁ ଶବ୍ଦ Effluent ହୋଇଯାଇଥିଲା । ଯାହାର ଅର୍ଥ ହେଉଛି କଚରା ବା ମଇଳା । ଯାହାକୁ ନେଇ ସୋସିଆଲ ମିଡିଆରେ ବିଜ୍ଞାପନ ଦେଇଥିବା ଶିଳ୍ପପତିଙ୍କ ମଜାକ ଉଡୁଛି । ଶିଳ୍ପପତି ଓ ତାଙ୍କ ପରିବାର ଲୋକ ପ୍ରକୃତରେ କଚରା ବୋଲି ୟୁଜର୍ସ କହୁଛନ୍ତି ।

Leave a Reply