spot_img

Latest Posts

ଇନ୍ଦୋର ଲଗାତର ଅଷ୍ଟମ ଥର ପାଇଁ ଭାରତର ସ୍ୱଚ୍ଛ ସହର

ନନ୍ଦିଘୋଷ ବ୍ୟୁରୋ :  ପ୍ରକାଶ ପାଇଛି ସ୍ୱଚ୍ଛତା ସର୍ଭେ ରିପୋର୍ଟ। ଇନ୍ଦୋର ଲଗାତାର ଅଷ୍ଟମ ଥର ପାଇଁ ଦେଶର ସବୁଠାରୁ ସ୍ୱଚ୍ଛ ସହର ତାଲିକାରେ ସାମିଲ ହୋଇଛି । ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪ର ଫଳାଫଳ ଗୁରୁବାର ପ୍ରକାଶ ପାଇଛି। ଯେଉଁଥିରେ ଇନ୍ଦୋର ପ୍ରଥମ ସ୍ଥାନରେ ଅଛି , ସୁରତ ଦ୍ୱିତୀୟ ସ୍ଥାନରେ ଏବଂ ମୁମ୍ବାଇ ତୃତୀୟ ସ୍ଥାନରେ ଅଛି। ଏପରିକି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇନ୍ଦୋରକୁ ସ୍ୱଚ୍ଛତା ସହର ପାଇଁ ସର୍ବୋଚ୍ଚ ସମ୍ମାନ ମଧ୍ୟ ଦେଇଛନ୍ତି। ଇନ୍ଦୋର ସହର ଲଗାତାର ଅଷ୍ଟମ ଥର ପାଇଁ ଦେଶର ସବୁଠାରୁ ସ୍ୱଚ୍ଛ ସହରର ମାନ୍ୟତା ପାଇଥିବାରୁ ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି। ।

ସୂଚନା ଅନୁଯାୟୀ, ଇନ୍ଦୋର ନଗର ନିଗମ ଏବଂ ଏହାର ସଫେଇ କର୍ମଚାରୀମାନେ ଏଥିପାଇଁ କଠିନ ପରିଶ୍ରମ କରିଛନ୍ତି। ଏହା ସହିତ, ସାଧାରଣ ଲୋକଙ୍କ ମଧ୍ୟରେ ସ୍ୱଚ୍ଛତା ବିଷୟରେ ମଧ୍ୟ ସଚେତନତା ସୃଷ୍ଟି କରାଯାଇଛି। ସେଥିପାଇଁ ସ୍ୱଚ୍ଛତା ସର୍ଭେରେ ଇନ୍ଦୋର ଏକ ନମ୍ବର ସ୍ଥାନରେ ରହିଛି।

ଏଥିପାଇଁ ଇସ୍ରାଏଲରୁ ମେୟର ପୁଷ୍ୟମିତ୍ର ଭାର୍ଗବ ଏକ ଭିଡିଓ ବାର୍ତ୍ତାରେ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଏଥର ସ୍ୱଚ୍ଛତା ସହର ଲିଷ୍ଟରେ ଇନ୍ଦୋର ପୁଣିଥରେ ଆଗରେ ଅଛି। ଭାରତ ସରକାର ଇନ୍ଦୋର ଭଳି ସହରକୁ ଏକ ଭିନ୍ନ ସ୍ତରରେ ଦେଖୁଛନ୍ତି । ଯେଉଁଥିପାଇଁ ଇନ୍ଦୋର ଶୀର୍ଷରେ ରହିଛି।

Latest Posts

Don't Miss