ଇନ୍ଦୋରରେ ରାମନବମୀରେ ବଡ଼ ଅଘଟଣ, କୂଅରେ ଖସି ୧୩ ଶ୍ରଦ୍ଧାଳୁ ମୃତ

ଇନ୍ଦୋର: ରାମନବମୀରେ ବଡ଼ ଅଘଟଣ । ମଧ୍ୟପ୍ରଦେଶ ଇନ୍ଦୋରରେ ପୂଜାର୍ଚ୍ଚନା ବେଳେ ଛାତ ଧସିଯାଇ ୧୩ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି । ଇନ୍ଦୋରର ଶ୍ରୀ ବେଲେଶ୍ବର ମହାଦେବ ଝୁଲେଲାଲ ମନ୍ଦିର ପ୍ରାଙ୍ଗଣରେ ଥିବା ଏକ କୂଅର ଛାତ ଭୁଶୁଡ଼ି ପଡ଼ିବାରୁ ପ୍ରାୟ ୩୦ ଜଣ ଭକ୍ତ କୂଅ ମଧ୍ୟକୁ ଖସି ପଡ଼ିଥିଲେ । ୫୦ରୁ ୬୦ ଫୁଟ ତଳେ ଫସି ରହିଥିବା ୧୯ ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଭିଡ଼ ବଢ଼ିବାରୁ  ଛାତ ଗଳିପଡ଼ିଥିବା ଆଶଙ୍କା କରାଯାଉଛି । ମୃତକଙ୍କ ପରିବାର ପାଇଁ ୫ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରାଯାଇଛି । ଏହାସହ ଆହତଙ୍କ ପରିବାରକୁ ୫୦ ହଜାର ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ସରକାର । ସେପଟେ ଅଘଟଣର ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।