କୋଲ୍ଡ ଡ୍ରିଙ୍କ୍ସରେ ନିଶା ଦେଇ ପିକନିକରେ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ

ଇନ୍ଦୋର: ସାଥିରେ ଭ୍ରମଣରେ ଗଲେ, କିନ୍ତୁ ରାତିରେ ସାଥି ସାଜିଲେ ଯୌନ ପିପାସୁ  । ପିକନିକରେ ବନ୍ଧୁଙ୍କ ସହ ଛାତ୍ରୀ ବୁଲିବାକୁ ଯାଇଥିବାବେଳେ ପୁରୁଷ ବନ୍ଧୁ ଗଣ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ  । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋରରେ  । ସମସ୍ତ ଛାତ୍ର ଗୋଟିଏ କଲେଜର ହୋଇଥିବାବେଳେ ଭ୍ରମଣ କରିବାକୁ ଏକତ୍ର ଯାଇଥିଲେ  । ଏହି ସମୟରେ ଜଣେ ଛାତ୍ରୀଙ୍କୁ ତିନି ପୁରୁଷ ବନ୍ଧୁ ପାନୀୟରେ ନିଶା ମିଶାଇ ଦେଇଥିଲେ  । ପରେ ଛାତ୍ରୀ ଜଣଙ୍କ ଚେତାଶୂନ୍ୟ ହୋଇ ପଡ଼ିବା ପରେ ଜଣେ ପରେ ଜଣେ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ କରିଛନ୍ତି ପୀଡ଼ିତା  ।

ପୋଲିସ ଏହି ମାମଲରା ତଦନ୍ତ କରିବା ପରେ ପୀଡ଼ିତାଙ୍କ ମହିଳା ବନ୍ଧୁଙ୍କ ସମେତ ତିନି ଜଣ ପୁରୁଷ ବନ୍ଧୁଙ୍କ ନାମରେ ମାମଲା ଦାୟର କରିଛି  । ସେପଟେ ସମସ୍ତ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଫେରାର ରହିଥିବା ଜଣାପଡ଼ିଛି  । ପୋଲିସ ମାମଲାକୁ ଗୁରୁତ୍ୱ ସହକାରେ ନେଇଥିବା କହିଛନ୍ତି ଏସପି ଆଶୁତୋଶ ବାଗରୀ  । ଏହି ଘଟଣା ସମ୍ବନ୍ଧରେ ସୂଚନା ଦେଇ ଏସପି କହିଛନ୍ତି, ସମସ୍ତ ଛାତ୍ରଛାତ୍ରୀ ଗୋଟିଏ କଲେଜରେ ଅଧ୍ୟୟନ କରନ୍ତି  । ସମସ୍ତେ ଏକାଠି ବୁଲିବାକୁ ମାଣ୍ଡବୀ ଯାଇଥିଲେ  ।

ରାତିରେ ଫେରିବା ସମୟରେ ଜଣେ ମହିଳା ବାନ୍ଧବୀଙ୍କ ସହ ତିନି ପୁରୁଷ ସାଙ୍ଗ ଉକ୍ତ ଯୁବତୀଙ୍କୁ ନିଶାଦ୍ରବ୍ୟ ଦେଇଥିଲେ  । ଯଦ୍ୱାରା ଛାତ୍ରୀ ଜଣଙ୍କ  ନିଜର ଚେତା ହରାଇଥିଲେ  । ପରେ ତିନି ପୁରୁଷ ବନ୍ଧୁ ମିଶି ଛାତ୍ରୀହ୍କୁ ଗଣ ଦୁଷ୍କର୍ମ କରିଥିଲେ  । ଏଥିରେ ମହିଳା ଛାତ୍ରୀଙ୍କର ମଧ୍ୟ ଭୁମିକା ଥିବା ନେଇ ଲସୁଡ଼ିଆ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ପରିବାର  । ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଖୋଜୁଥିବାବେଳେ ସେମାନେ ଫେରାର ଥିବା ଜଣାପଡିଛି  ।

Leave a Reply