ଆଜିଠୁ ଭାରତ-ଆମେରିକା ମଧ୍ୟରେ ମିଳିତ ସମରାଭ୍ୟାସ

1 min read

ନୂଆଦିଲ୍ଲୀ: ଆଜିଠୁ ଭାରତ ଓ ଆମେରିକା ଯବାନଙ୍କ ମଧ୍ୟରେ ମିଳିତ ସମରାଭ୍ୟାସ ଆରମ୍ଭ ହେବାକୁ ଯାଉଛି। ଯେଉଁଥିପାଇଁ ପ୍ରସ୍ତୁତ ହୋଇ ରହିଛି ଟ୍ୟାଙ୍କ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ସତସତିକା ଯୁଦ୍ଧ ଭଳି ଚାଲିବ ଉଭୟଙ୍କ ଅଭ୍ୟାସ୍ । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏହି ଯୁଦ୍ଧାଭ୍ୟାସ ଚାଲିବ ବୋଲି ଜଣାପଡିଛି।

ରାଜସ୍ଥାନର ଥର୍ ମରୁଭୂମିରେ ଅବସ୍ଥିତ ମହାଜନ ଫିଲ୍ଡ୍ ଫାୟାରିଂ ରେଞ୍ଜରେ ଯୁଦ୍ଧାଭ୍ୟାସ କରିବେ ଇଣ୍ଡୋ-ଆମେରିକାର ସୈନିକ। ଉଭୟଙ୍କ ମଧ୍ୟରେ ସାମାଜିକ ଓ ସଂସ୍କୃତି ଭାବର ଆଦାନ ପ୍ରଦାନ କରିବେ ଉଭୟ ଦେଶର ସୈନିକ। ସୀମାରେ ଚୀନ୍ ସହିତ ଭାରତର ସମ୍ପର୍କ ବିଗୁଡୁଥିବା ବେଳେ ଏହି ସମରାଭ୍ୟାସ ଅନେକ ଗୁରୁତ୍ୱ ବହନ କରୁଛି ।

ତେବେ ଏହି ଅଭ୍ୟାସରେ ଆମେରିକା ସେନାର ଷ୍ଟ୍ରାଇକର-ବ୍ରିଗେଡ୍ ଅଂଶଗ୍ରହଣ କରୁଛନ୍ତି । ଏଥିରେ ଉଭୟ ପକ୍ଷର ୨୫୦ ଜଣ ଲେଖାଏଁ ସୈନିକ ଅଂଶଗ୍ରହଣ କରିବେ । ଉଭୟଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ବୃଦ୍ଧି ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ କରାଯାଉଛି ।

ୟୁଏସ୍ ସୈନିକଙ୍କ ୨୭୦ କଣ୍ଟିଜେଣ୍ଟ ଏକ ସ୍ପେଶାଲ୍ ଏୟାରକ୍ରାଫ୍ଟରେ ସୁରତଗଡରେ ପହଞ୍ଚିବା ସହ ମହାଜନ ଫିଲ୍ଡ ଫାୟାରିଂ ରେଞ୍ଜ ଅଭିମୁଖେ ଯାଇଛନ୍ତି । ଯେଉଁଠିକି ଉଭୟ ଦେଶର ମିଳିତ ସମରାଭ୍ୟାସ ହେବ ବୋଲି ପ୍ରତିରକ୍ଷା ମୁଖପାତ୍ର Lt Col Amitabh Sharma ଶନିବାର ଦିନ ସୂଚନା ଦେଇଥିଲେ ।

Leave a Reply