ପ୍ରଥମ ଓଡିଆ ମେଜର ଜେନେରାଲ ବି.କେ ମହାପାତ୍ରଙ୍କ ପରଲୋକ

1 min read

ଭୁବନେଶ୍ୱର : ଅବସରପ୍ରାପ୍ତ ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ରଙ୍କ ପରଲୋକ । ସୋମବାର ଭୁବନେଶ୍ବରସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ଶେଷ ଦର୍ଶନ ପାଇଁ ତାଙ୍କୁ କଟକ ଚାନ୍ଦିନୀଚୌକ ସ୍ଥିତ ବାସଭବନରେ ରଖାଯାଇଛି ।

ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ର ହେଉଛନ୍ତି ପ୍ରଥମ ଓଡିଆ ଯେ ଭାରତୀୟ ସେନାରେ ମେଜର ଜେନେରାଲ ପଦବୀ ପାଇଥିଲେ। ଏପରିକି ସେ ଟ୍ୟାଙ୍କ ମ୍ୟାନ ନାଁରେ ମଧ୍ୟ ବେଶ୍ ପରିଚିତ । ସେ ଦେଶର ପ୍ରମୁଖ ଚାରିଟି ଯୁଦ୍ଧରେ ଭାଗ ନେଇଥିଲେ । ୧୯୬୧ରେ ଗୋଆ ମୁକ୍ତି, ୧୯୬୨ରେ ଭାରତ-ଚୀନ ଯୁଦ୍ଧ ଓ ୧୯୬୫ ଓ ୧୯୭୧ରେ ଭାରତ ପାକିସ୍ତାନ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିଲେ ମେଜର ଜେନେରାଲ ମହାପାତ୍ର ।

କଟକରେ ଜନ୍ମିତ ମେଜର ଜେନେରାଲ ମହାପାତ୍ର ପୂର୍ବତନ ଚିଫ୍ ଜଷ୍ଟିସ ହରିହର ମହାପାତ୍ରଙ୍କ ପୁଅ । ସେ ପିଲାଟି ବେଳରୁ ସୁଭାଷ ବୋଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେନାରେ ଯୋଗ ଦେଇଥିଲେ । ତେବେ ଅବସରପ୍ରାପ୍ତ ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି ।

Leave a Reply