spot_img

Latest Posts

indo-china border dispute: ରାଜନାଥଙ୍କ ବଡ଼ ବୟାନ୍, ସୀମାରେ ଇଞ୍ଚେ ବି ଜମି କାହାକୁ ଦେବନି ଭାରତ

ନୂଆଦିଲ୍ଲୀ: ଚୀନକୁ ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ। ଭାରତ ସୀମାରେ ଇଞ୍ଚେ ବି ଜମି କାହାକୁ ଦେବନି। ଆଲୋଚନାରେ ସବୁ ସମସ୍ୟାର ସମାଧାନ ହେବ। ଦୁଇ ଦେଶ ମଧ୍ୟରେ ଆଲୋଚନା ସକାରାତ୍ମକ ରହିଛି । ଖୁବ୍‌ଶୀଘ୍ର ସୀମାରେ ୨୦୨୦ ଏପ୍ରିଲ ପୂର୍ବ ଭଳି ସ୍ଥିତି ଫେରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସଦରେ ବୟାନ ରଖିଛନ୍ତି।

ରାଜନାଥ କହିଛନ୍ତି, ‘ସୀମାର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଭାରତୀୟ ଯବାନ ମହଜୁଦ ଅଛନ୍ତି। LACରେ ଭାରତ ମଜଭୁତ୍ ସ୍ଥିତିରେ ରହିଛି। ଚୀନ୍ ଓ ଭାରତୀୟ କମାଣ୍ଡରଙ୍କ ମଧ୍ୟରେ ୯ ରାଉଣ୍ଡ ବୈଠକ ବସିଛି। ରାଜନୈତିକସ୍ତରରେ ବି ଆଲୋଚନା ହୋଇଛି। ସମସ୍ତ ଆଲୋଚନା ସକାରାତ୍ମକ ରହିଥିବା ବେଳେ ସୀମାରେ ଶାନ୍ତି ରକ୍ଷା ପାଇଁ ଉଭୟ ପକ୍ଷ ସହମତି ପ୍ରକାଶ କରିଛନ୍ତି। ପାଙ୍ଗୋଗ ହ୍ରଦର ଉତ୍ତର ଓ ଦକ୍ଷୀଣ ଅଞ୍ଚଳରୁ ସୈନ୍ୟ ହଟାଇବାକୁ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଛି। ଆପୋଷ ବୁଝାମଣାରେ ଏହି ନିଷ୍ପତ୍ତି ନିଆଯାଇଛି। ଆଲୋଚନା ମୁତାବକ ସୀମାରୁ ଦୁଇ ଦେଶ ଧୀରେଧୀରେ ସୈନ୍ୟ ହଟାଇେବ।’

ଏଥିସବ ରାଜନାଥ ସୂଚନା ଦେଇଛନ୍ତି ଯେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦୁଇ ଦେଶର କମାଣ୍ଡରଙ୍କ ବୈଠକ ବସିବ। ଏଥିରେ ସୀମାରେ ସ୍ଥିତି ସୁଧାରିବା ପାଇଁ ଆଲୋଚନା ହେବ। ଏଥିସହିତ ଭୀଷଣ ଥଣ୍ଡା ଓ ବରଫପାତରେ ବି ସେନାରେ ସୈନ୍ୟ ବୀରତାର ପରିଚୟ ଦେଇଛନ୍ତି ବୋଲି ରାଜନାଥ କହିଛନ୍ତି।

Latest Posts

Don't Miss