spot_img

Latest Posts

Indo-China border dispute: ଭିକେ ସିଂଙ୍କ LAC ବୟାନକୁ ନେଇ ଅଡୁଆରେ ଭାରତ,ଚୀନକୁ ମିଳିଲା ମୌକା

ନୂଆଦିଲ୍ଲୀ: ଭାରତକୁ ଟାର୍ଗେଟ କରିବାକୁ ଚୀନକୁ ମିଳିଯାଇଛି ଏକ ନୂଆ ମଉକା। କେନ୍ଦ୍ର ପରିବହନ ମନ୍ତ୍ରୀ ତଥା ପୂର୍ବତନ ସେନା ମୁଖ୍ୟ ଭି.କେ ସିଂ  ଏମିତି କିଛି ବୟାନ ଦେଇଛନ୍ତି ଯାହା ଦ୍ୱାରା ଚୀନ୍ ଭାରତକୁ ଟାର୍ଗେଟ କରିବାର ସୁଯୋଗ ପାଇଛି। ଜେନେରାଲ ଭି.କେ ସିଂ ରବିବାର କହିଛନ୍ତି ଯେ ଚୀନ୍ ଅପେକ୍ଷା ଭାରତ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) କୁ ଅଧିକଥର ଉଲ୍ଲଂଘନ କରିଛି। ବାସ୍ ଏହାପରେ ଚାଇନା ଏହି ସୁଯୋଗକୁ ହାତଛଡ଼ା କରିନାହିଁ । ଚାଇନା ଭି.କେ ସିଂଙ୍କ ବୟାନ ନେଇ କହିଛି ଯେ ଭାରତ ଅଜାଣତରେ ନିଜର ଭୁଲକୁ ସ୍ୱୀକାର କରିଛି ଯେ ଏହା କ୍ରମାଗତ ଭାବରେ LAC କୁ ଉଲ୍ଲଂଘନ କରୁଛି।

ସୋମବାର ଦିନ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ, ଏକ ସାମ୍ବାଦିକ ସମ୍ମିଳନୀରେ ଭି.କେ ସିଂଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏହା ଭାରତର ଅଜାଣତରେ ସ୍ୱୀକାର କରିଥିବା ଏକ ଭୁଲ। ଭାରତ ଦୀର୍ଘ ଦିନ ଧରି ସୀମା ଉଲ୍ଲଂଘନ କରିଆସୁଛି ଏବଂ ଏହା ଚୀନ୍ ସୀମାରେ ଅନାଧିକାର ପ୍ରବେଶ କଲା ଭଳି। ଭାରତର ଏଭଳି କରିବା କ୍ରମାଗତ ଭାବେ ସୀମାରେ ଉତ୍ତେଜନା ସ୍ଥିତି ସୃଷ୍ଟି କରୁଛି। ଭାରତ-ଚୀନ୍ ସୀମାରେ ଲଢ଼େଇର ଏହା ହିଁ ହେଉଛି ମୂଳ କାରଣ। ମୁଁ ଭାରତକୁ ଅନୁରୋଧ କରିବି ଯେ ସୀମା ଚୁକ୍ତିନାମା ପାଳନ କରନ୍ତୁ ଯାହା ଦ୍ୱାରା ସୀମାରେ ଶାନ୍ତି ଏବଂ ସ୍ଥିରତା ବଜାୟ ରହିବ।’

ଭିକେ ସିଂଙ୍କର ଏହି ଟିପଣୀ ଭାରତର ସରକାରୀ ବୟାନରୁ ସମ୍ପୂର୍ଣ୍ଣ ଭିନ୍ନ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଅନେକ ଥର ସ୍ପଷ୍ଟ ଭାବରେ କହିଛନ୍ତି ଯେ ଭାରତ କେବେବି LAC କୁ ଉଲ୍ଲଂଘନ କରି ନାହିଁ। ଗତ ବର୍ଷ ଜୁନ୍ ମାସରେ ଲଦାଖର ଗଲୱାନ୍ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ ଭାରତର ୨୦ଜଣ ଯବାନ ସହିଦ ହୋଇଥିଲେ । କିଛି ଚୀନ୍ ସୈନିକଙ୍କର ବି ମୃତ୍ୟୁ ହୋଇଥିଲା । ତେବେ ଏହା ପରେ ଅନୁରାଗ ଶ୍ରୀବାସ୍ତବ କହିଥିଲେ, “ଭାରତୀୟ ସେନା ପ୍ରକୃତ ନିୟନ୍ତ୍ରଣ ରେଖା ବୁଝନ୍ତି ଏବଂ ଏହାକୁ ଅନୁସରଣ କରନ୍ତି। ଆମର ସୈନିକମାନେ ଗାଲଭାନ୍ ଘାଟି ସମେତ LACରେ ପାଟ୍ରୋଲିଂ କରୁଛନ୍ତି। ଭାରତ LAC  ନିକଟରେ ଯାହା ବି ନିର୍ମାଣ କରିଛି ତାହା ନିଜ ସୀମା ଭିତରେ ହିଁ କରିଛି। ଭାରତ LAC ବାହାରେ କେବେ ବି କୌଣସି ପଦକ୍ଷେପ ନେଇ ନାହିଁ। ଭାରତ କେବେବିଏକତରଫା  LACର ସ୍ଥିତି ବିଗାଡ଼ିବାକୁ ଚେଷ୍ଟା କରିନାହିଁ।”

Latest Posts

Don't Miss