ଦୀଲ୍ଲି ଇନ୍ଦିରାଗାନ୍ଦି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ମିଳିଲା କିଙ୍ଗ କୋବ୍ରା ।
1 min read
ନୂଆଦୀଲ୍ଲି : ଦୀଲ୍ଲି ଇନ୍ଦିରାଗାନ୍ଦି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ମିଳିଲା କିଙ୍ଗ କୋବ୍ରା । ସାପକୁ ବ୍ୟାଗ ଭିତରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକ । କିଙ୍ଗ କୋବ୍ରା ବ୍ୟଗ୍ ଭିତରେ ଏକା ନଥିଲା ତା ସହିତ ଥିଲା ଆହୁରି ୯ଟି ବିଷଧର ଅଜଗର ଏବଂ ୧୩ ଟି ସାପ । ଏହି ସାପ ଗୁଡିକୁ ଦେଖି କିଛି ଲୋକ ଭୟରେ ଦୈଡି ପଳାଇଥିଲେ । ଆଉ କିଛି ଲୋକ ସାହସିକତା ଦେଖାଇ ଆଗକୁ ଆାସି ଏହାକୁ ଦେଖି ମଜା ନେଇଥିଲେ । କିଛି ସମୟ ମଧ୍ୟରେ ଏହି ସାପ ଗୁଡିକ ପାଇଁ ସମଗ୍ର ବିମାନ ବନ୍ଦରରେ ହଇଚଇ ସୃଷ୍ଟି ହୋଇଗଲା ।
ଏହି ଘଟଣିଟି ଆଇଜିଆଇ ଏୟାରପୋର୍ଟ ଟର୍ମିନାଲର । ବିମାନବନ୍ଦରରେ ନିୟୋଜିତ କଷ୍ଟମ ଇଣ୍ଟେଲିଜେନ୍ସି ୟୁନିଟ୍କୁ ଗୁପ୍ତ ସୂଚନା ମିଳିଥିଲା ବିପଦପୂର୍ଣ୍ଣ ଅବସ୍ଥାରେ ବନ୍ୟପ୍ରାଣୀଙ୍କୁ ବ୍ୟାଗରେ ଭରି ନିଆଯାଉଛି । ଇନପୁଟ ଆଧାରରେ ଗ୍ରୀନ ଜୋନ ଅଞ୍ଚଳରେ ତଦନ୍ତ ପାଇଁ ତିନିଜଣ ଯୁବକଙ୍କୁ ଅଟକ ରଖାଯାଇଥିଲା । ତଦନ୍ତ ସମୟରେ ବ୍ୟାଗଟିକୁ ଖୋଲାଯାଇଥିଲା । ବ୍ୟାଗଟିରେ ଅଜଗର ସମେତ ବିଭିନ୍ନ ପ୍ରଜାତିର ମୋଟ ୨୨ଟି ସାପ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଥିଲା । ବ୍ୟାଗଟିରେ ସାପ ଥିବା ଖବର ପାଇବା ମାତ୍ରେ ଅନ୍ୟ AIU ଅଧିକାରୀମାନେ ମଧ୍ୟ ଘଟଣା ସ୍ଥଳରେ ପହଁଞ୍ଚିଥିଲେ ।
ବ୍ୟାଗଟି ମିଳିବା ପରେ ସତର୍କତାର ସହ ବ୍ୟାଗର ସନ୍ଧାନ ଆରମ୍ଭ ହେଲା । ଖୋଳତାଳ ସମୟରେ ବ୍ୟାଗ ଭିତରୁ ୨୨ଟି ପ୍ରଜାତିର ସାପ ବ୍ୟତୀତ ବିଭିନ୍ନ ପ୍ରଜାତିର ୨୩ଟି ଛିଟିପିଟି ଉଦ୍ଧାର କରାଯାଇଥିଲା । କେବଳ ଏତିକି ନୁହେଁ ୧୪ଟି ତେଲୁଣି ପୋକ ଏବଂ ଗୋଟିଏ ବୁଢୀଆଣି ମଧ୍ୟ ଉଦ୍ଧାର କରାଯାଇଥିଲା ।
ଜଣେ ବରିଷ୍ଠ କଷ୍ଟମ ଅଧିକାରୀଙ୍କ ଅନୁଯାୟୀ ଖତରନାକ ବନ୍ୟପ୍ରଣୀ ଚୋରା ଚାଲାଣ ଷଡଯନ୍ତ୍ର ମାମଲାରେ ଗିରଫ୍ ହୋଇଥିବା ତିନିଜଣ ଅଭିଯୁକ୍ତ ହୋଉଛନ୍ତି ଭାରତୀୟ ବଂଶୋଭବ । ଏହି ତିନିଜଣ ଫେବୃଆରୀ ୨୩ ତାରିଖ ଦିନ ରାତ୍ରୀ ପ୍ରାୟ ୦୧.୩୫ ସମୟରେ ଏୟାର ଇଣ୍ଡିଆର ବିମାନ ଯୋଗେ IGI ବିମାନବନ୍ଦରରେ ପହଞ୍ଚିଥିଲେ । ଏହି ବିମାନଟି ବ୍ୟାଙ୍କକରୁ ବାହାରି ଦିଲ୍ଲୀ ଆସେ । ପଚରାଉଚରା ସମୟରେ ଏହି ତିନି ଅଭିଯୁକ୍ତ କେଉଁ ଉଦ୍ଦେଶ୍ୟ ପାଇଁ ସାପ ଏବଂ ଅନ୍ୟାନ୍ୟ ବନ୍ୟପ୍ରାଣୀ ଭାରତକୁ ଅଣିଥିଲେ ତାହା ଜାଣିବାକୁ ଚେଷ୍ଟା କରାଯାଉଛି ।