ଉଡନ୍ତା ବିମାନରେ ଲାଗିଲା ନିଆଁ, ଫ୍ଲାଇଟରେ ଥିଲେ ୧୮୪ ଯାତ୍ରୀ
1 min readନୂଆଦିଲ୍ଲୀ: ଇଣ୍ଡିଗୋ ବିମାନରେ ଲାଗିଲା ନିଆଁ । ବେଙ୍ଗାଲୁରୁ ଅଭିମୁଖେ ଗ୍ରସ୍ତ କରୁଥିବା ବିମାନର ଡେଣା ହଠାତ୍ ଜଳି ଉଠିଥିଲା, ଯାହା ଫଳରେ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ ଗୋଷଣା କରାଯାଇଥିଲା । ଏବଂ ଦିଲ୍ଲୀରେ ହିଁ ୫ରୁ ୭ ସେକେଣ୍ଡ ମଧ୍ୟରେ ଅବତରଣ କରିଥିଲା ବିମାନଟି । ଦିଲ୍ଲୀ ଆଇଜିଆଇ ବିମାନ ବନ୍ଦରରେ ଘଟିଛି ଏହି ଅଘଟଣ ।
ଇଣ୍ଡିଗୋ ଫ୍ଲାଇଟ ୬E-୨୧୩୧ର ବିମାନଟି ବାଙ୍ଗାଲୁର ଅଭିମୁଖେ ଉଡ଼ାଣ ଭରିବା ବେଳେ ଅଗ୍ନିକାଣ୍ଡ ଘଟିଥିବା ଜଣେ ଯାତ୍ରୀ ଦେଖିପାରିଥିଲେ । ଏହାପରେ ବିମାନଟିକୁ ଜରୁରୀ ଅବତରଣ କରାଯାଇଥିଲା । ଉକ୍ତ ବିମାନରେ ୧୮୪ ଜଣ ଯାତ୍ରୀ ରହିଥିଲେ । ଏକ ବଡ଼ ଅଘଟଣ ପୂର୍ବରୁ ବର୍ତ୍ତି ଯାଇଛି ସମସ୍ତଙ୍କ ଜୀବନ । ସେପଟେ ସୋସିଆଲ ମିଡିଆରେ ଜଣେ ଯାତ୍ରୀ ବିମାନର ଭିଡିଓ ପୋଷ୍ଟ କରିଛନ୍ତି ।
ୟେଉଁଥିରେ ବିମାନର ଡେଣାରେ ସ୍ପାର୍କିଂ କରୁଥିବା ଦୃଶ୍ୟମାନ ହୋଇଛି । ତେଣେ ଇଂଜିନକୁ ଏହି ନିଆଁ ବ୍ୟାପିବା ପୂର୍ବରୁ ବିମାନଟିକୁ ଅବତରଣ କରିସାରିଥିଲା । ସମଗ୍ର ବିମାନ ବନ୍ଦଦରେ ହାଇ ଆଲର୍ଟ ମଧ୍ୟ ଜାରି କରାଯାଇଥିଲା । ଦମକଳ ବାହିନୀ ନିଆଁକୁ ମଧ୍ୟ ଆୟତ କରିଥିଲେ । ଅନ୍ୟପଟେ କାହିଁକି ଏବଂ କେଉଁ କାରଣ ଯୋଗୁଁ ଫ୍ଲାଇଟରେ ନିଆଁ ଲାଗିଲା ତାହାର କାରଣ ଜଣା ପଡିନାହିଁ । ଏହାର କାରଣ ଯଥାଶୀଘ୍ର ଖୋଜାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।