spot_img

Latest Posts

ପାଟଣା ବଦଳରେ ଉଦୟପୁରରେ ପହଞ୍ଚିଲେ ଇଣ୍ଡିଗୋ ଯାତ୍ରୀ; ଯାଞ୍ଚ ନିର୍ଦ୍ଦେଶ ଦେଲା ଡିଜିସିଏ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଇଣ୍ଟରନ୍ୟାସନାଲ୍ ଓ ଡୋମେଷ୍ଟିକ୍ ଫ୍ଲାଇଟ୍ ଗୁଡିକ ବିବାଦରେ ରହିଛନ୍ତି। କେତେବେଳେ ଟିକେଟ୍ ନାମରେ ଅଧିକ ଟଙ୍କା ନେବା ତ ଆଉ କେତେବେଳେ ଫ୍ଲାଇଟ୍ ଭିତରେ ଯାତ୍ରୀ ହଙ୍ଗାମା କରିବାକୁ ନେଇ। ସେହିପରି ଜଣେ ଯାତ୍ରୀ ପାଟଣା ଯିବାକୁ ଥିବା ବେଳେ ତାଙ୍କୁ ଉଦୟପୁର ନେଇଯାଇଛି ଇଣ୍ଡିଗୋ ଫ୍ଲାଇଟ୍ ।

ଏଭଳି ଘଟଣାର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ ଦେଇଛି । ଘଟଣାଟି ଘଟିଛି ଜାନୁଆରୀ ୩୦ରେ। ପାଟଣା ଯିବା ପାଇଁ ଜଣେ ଯାତ୍ରୀ ବୁକିଂ କରିଥିବା ବେଳେ ଭୁଲବଶତଃ ସେ ଉଦୟପୁର ଯାଉଥିବା ଫ୍ଲାଇଟରେ ବସିଯାଇଥିଲେ। ପରେ ଏୟାରପୋର୍ଟରେ ଓହ୍ଲାଇବା ପରେ ସେ ଜାଣିଥିଲେ ଯେ ପାଟଣା ବଦଳରେ ଉଦୟପୁରରେ ପହଞ୍ଚିଯାଇଛନ୍ତି। ଘଟଣା ଜଣାପଡିବା ପରେ ଇଣ୍ଡିଗୋ ପକ୍ଷରୁ ଗୋଟିଏ ଦିନ ପରେ ଯାତ୍ରୀଙ୍କୁ ପାଟଣା ପଠାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା। ସବୁଠୁ ଖାସ୍ କଥା ହେଉଛି ବୋର୍ଡିଂ ବେଳେ କିଭଳି କର୍ତ୍ତୁପକ୍ଷ ଜାଣିପାରିନଥିଲେ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏନେଇ ଡିଜିସିଏ ଅଧିକାରୀ କହିଛନ୍ତି, ସମ୍ପୃକ୍ତ ଯାତ୍ରୀଙ୍କ ନାମ ଅଫସର ହୁସେନ୍ । ସେ ଜାନୁଆରୀ ୩୦ ତାରିଖ ଦିନ ଦିଲ୍ଲୀରୁ ପାଟଣା ଯାଇଥାନ୍ତେ ହେଲେ ଭୁଲବଶତଃ ଉଦୟପୁର ଯିବାକୁ ଥିବା ଫ୍ଲାଇଟରେ ବସିଯାଇଥିଲେ । ପରେ ଏହି ମାମଲାରେ ଇଣ୍ଡିଗୋକୁ ରିପୋର୍ଟ ମଗାଯାଇଛି । ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

Latest Posts

Don't Miss