ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ୨ୟ ସ୍ୱର୍ଣ୍ଣ, ମୋଟ ପଦକ ସଂଖ୍ୟା ୫କୁ ବୃଦ୍ଧି

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ପଞ୍ଚମ ପଦକ ମିଳିଛି । ଏଥିସହ ଦ୍ୱିତୀୟ ସ୍ୱର୍ଣ୍ଣ ମିଳିଛି । ମୀରାବାଇ ଚାନୁଙ୍କ ପରେ ଜେରେମି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଭାରତ୍ତୋଳକ ଜେରେମି ଲାଲରିନୁଙ୍ଗା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୭୬ କେଜି ପୁରଷ ବର୍ଗରେ ସେ ଏହି ପଦକ ଜିତିଛନ୍ତି । ସ୍ନାଚ କ୍ୟାଟେଗୋରୀରେ ସେ ୧୪୦ କେଜି ଓଜନ ଉଠାଇଥିଲେ । ସେହିପରି କ୍ଲିନ ଆଣ୍ଡ ଜର୍କରେ ୧୬୦ କେଜି ଓଜନ ଉଠାଇଥିଲେ । ମୋଟ ୩୦୦ କେଜି ଓଜନ ଉଠାଇ ସେ ପ୍ରଥମ ସ୍ଥାନ ଅଧିକାର କରିବା ସହ ସ୍ୱର୍ଣ୍ଣ ପଦକ ଜିତଛନ୍ତି ।

ଏଥିସହ ଭାରତର ମୋଟ ମେଡାଲ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ୫ ଟି ଯାକ ପଦକ ଭାରତକୁ ଭାରୋତ୍ତଳନରେ ହିଁ ମିଳିଛି । ପୂର୍ବରୁ ସଙ୍କେତ ମହାଦେବ ରୌପ୍ୟ, ଗୁରୁରାଜା କାଂସ୍ୟ ଓ ଅଲିମ୍ପିକରେ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ ସ୍ୱର୍ଣ୍ଣ, ବିନ୍ଦ୍ୟାରାଣୀ ରୌପ୍ୟ ପଦକ ଜିତିଥିଲେ । ୫ ମେଡାଲ ସହ ଭାରତ ଷଷ୍ଠ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛି । ପୂର୍ବରୁ ୮ମ ସ୍ଥାନରରେ ଥିଲା  ।